ତହସିଲଦାରଙ୍କ ଦାଦାଗିରି: ଭିଡିଓ ଭାଇରାଲ୍

ତହସିଲଦାରଙ୍କ ଦାଦାଗିରି: ଭିଡିଓ ଭାଇରାଲ୍

(ଦ କୁଇଭର): ତହସିଲଦାର ମ୍ୟାଡମଙ୍କ ଦାଦାଗିରି । ମହିଳାଙ୍କ ସହ ଦୁର୍ବ୍ୟବହାରର ଭିଡିଓ ଭାଇରାଲ୍ । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ତହସିଲଦାରଙ୍କୁ ଅଭିଯୋଗ କରିବାକୁ ଆସିଥିବା ଜଣେ ମହିଳାଙ୍କ ପ୍ରଶ୍ନରେ ରାଗି ଯାଇ ଦୁର୍ବ୍ୟବହାର କରୁଥିବା ଏକ ଭିଡିଓ ସାମ୍ନାକୁ ଆସିଛି ।

ମହିଳା ଜଣଙ୍କ ଡେଲାଙ୍ଗ ଧେଟଣକ୍ଷ ଗ୍ରାମର ବୋଲି ସୂଚନା ମିଳିଛି । ମହିଳା ଜଣଙ୍କ ପୋଷ୍ଟାଲରେ କାର୍ୟ୍ୟରତ । ଗାଡିଆ ଖୋଳାକୁ କେନ୍ଦ୍ର କରି ବାରମ୍ବାର ଅଭିଯୋଗ କରି ଆସୁଥିଲେ ଏହି ମହିଳା । ଅଭିଯୋଗକୁ ଭିର୍ତ୍ତି କରି ଡେଲାଙ୍ଗ ତହସିଲଦାରଙ୍କ ସହିତ କଥା କଟା କଟି ପରେ ତହସିଲଦାର ମହିଳାଙ୍କ ଉପରେ ରାଗି ଯାଇ ଦୁର୍ବ୍ୟବହାର କରିଥିବା ଏଥିରେ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *