ଭଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗ ଯନ୍ତ୍ରୀ: ନଗଦ ୧୬ ଲକ୍ଷ ୭୦ ହଜାର ଟଙ୍କା ଜବତ

(ଦ କୁଇଭର): ପୁଣି ଭିଜିଲାନ୍ସ ଜାଲରେ ଯନ୍ତ୍ରି । ଆଜି ସକାଳୁ ଭିଜିଲାନ୍ସ ଜାଲରେ ପଡିଛନ୍ତି ବ୍ରହ୍ମପୁର ବିଦ୍ୟୁତ ବିଭାଗ କାର୍ୟ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀ । ଯନ୍ତ୍ରୀଙ୍କ ଘରୁ ନଗଦ ୧୬.୭୦ ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ଚଢାଉ ଜାରି ରହିଛି। ଖବର ଅନୁଯାୟୀ, ସର୍ଚ୍ଚ ଓ୍ୱାରେଣ୍ଟ ସତ୍ତ୍ୱେ ବି ଭିଜିଲାନ୍ସ ଟିମ୍କୁ ଘର ଭିତରକୁ ଛାଡିନଥିଲେ ବାପ-ପୁଅ । ଶେଷରେ କବାଟ ଭାଙ୍ଗି ଭିତରକୁ ପଶିଥିଲେ ଅଧିକାରୀ ।

ତେବେ ଉଭୟଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଖୋର୍ଦ୍ଧା ଓ ଗଂଜାମ ଜିଲ୍ଲାର ୫ଟି ସ୍ଥାନରେ ଏହି ଚଢ଼ାଉ ଚାଲିଛି । ବ୍ରହ୍ମପୁର ଗଜପତି ନଗରରେ ଥିବା ୪ ମହଲା କୋଠା, ୧୧ ନମ୍ବର ଲେନ୍ରେ ଥିବା ୫ ମହଲା ବିଶିଷ୍ଟ କୋଠା, ଭୁବନେଶ୍ୱର ଏମ୍ସ ନଗରରେ ଥିବା ୪ ମହଲା କୋଠା, ଆମ୍ବପୁଆରେ ଥିବା ଅଫିସ ଏବଂ ଛତ୍ରପୁର ପୁଟ୍ଟବଗଡ଼ରେ ଜଗନ୍ନାଥଙ୍କ ପୈତୃକ ବାସଭବନରେ ଏହି ରେଡ୍ ଚାଲିଛି ।

Leave a Reply

Your email address will not be published. Required fields are marked *