କଠୋର ହେଲେ ବାଇଡେନ୍: ଋଷରୁ ଅଶୋଧିତ ତୈଳ ଆଣିବନି ଆମେରିକା

(ଦ କୁଇଭର): ଋଷ୍ ଉପରେ କଠୋର ହେଲା ଆମେରିକ । ଆଉ ଋଷିଆଠୁ ଆଣିବନି ଗ୍ୟାସ-ତେଲ । ୟୁକ୍ରେନରେ ଜାରି ଥିବା ରୁଷିଆ ସେନାର କାର୍ୟ୍ୟାନୁଷ୍ଠାନକୁ ନେଇ ଋଷକୁ କଡା ଝଟକା ଦେଇଛନ୍ତି ବାଇଡେନ । ଶକ୍ତିଶାଳୀ ରାଷ୍ଟ୍ରଉପରେ ଲଗାଇଛନ୍ତି କଡା କଟକଣା । ମଙ୍ଗଳବାର ଦିନ ଜୋ ବିଡେନ ରୁଷରୁ ଗ୍ୟାସ, ତେଳ ଏବଂ ଶକ୍ତି ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ପଦକ୍ଷେପ ଋଷର ଅର୍ଥନୀତିକୁ ଗଭୀର ଭାବେ କ୍ଷତି ପହଞ୍ଚାଇବ ବୋଲି ସେ ଦାବି କରିଛନ୍ତି।

ବାଇଡେନ୍ କହିଛନ୍ତି ଯେ, ତେଲ ଓ ଗ୍ୟାସ ଆମଦାନୀ ଉପରେ ରୋକ ଲଗାଯିବା ଦ୍ୱାରା ରୁଷିଆର ଅର୍ଥ ବ୍ୟବସ୍ଥା ଉପରେ ବଡ ପ୍ରଭାବ ପଡ଼ିବ । କଟକଣା ଯୋଗୁଁ ରୁଷିଆର ଅର୍ଥବ୍ୟବସ୍ଥା ଖରାପ ଆଡ଼କୁ ଗତିକରୁଛି । ୟୁକ୍ରେନ ଉପରେ ଆକ୍ରମଣ ପରେ ଅନେକ ଦେଶ ରୁଷ ଉପରେ ପ୍ରତିବନ୍ଧକ ଲାଗୁ କରିଛି। ସେ କହିଛନ୍ତି ଯେ, ଆମକୁ ୟୁକ୍ରେନ୍ର ବିସ୍ଥାପିତ ଲୋକଙ୍କୁ ସହଯୋଗ କରିବାକୁ ହେବ ।

ବାଇଡେନଙ୍କ ପରେ ବ୍ରିଟେନ ସରକାର ମଧ୍ୟ ଘୋଷଣା କରିଛନ୍ତି ଯେ, ରୁଷିଆରୁ ତେଲ ଆମଦାନୀ ୨୦୨୨ ଅର୍ଥାତ ଚଳିତ ବର୍ଷ ଶେଷ ଯାଏଁ ବନ୍ଦ କରାଯିବ । ଗଣମାଧ୍ୟମର ରିପୋର୍ଟ ଅନୁସାରେ ବ୍ରିଟେନ ସରକାର କହିଛନ୍ତି ଯେ, ରୁଷିଆର ଆମଦାନୀ ବିକଳ୍ପ ପାଇଁ ବ୍ୟବସ୍ଥା କରାଯିବ ।

Leave a Reply

Your email address will not be published. Required fields are marked *