ବିନା ଇଣ୍ଟରନେଟରେ କରିହେବ ୟୁପିଆଇ ପେମେଣ୍ଟ

(ଦ କୁଇଭର): ଏଣିକି ଫୋନରେ ପେମେଣ୍ଟ କରିବାକୁ ଆଉ ଅସୁବିଧା ହେବାକୁ ପଡ଼ିବନି । ଆପଣଙ୍କ ପାଖରେ ସ୍ମାର୍ଟଫୋନ୍ ନଥିଲେ ମଧ୍ୟ ପେମେଣ୍ଟ କରିପାରିବେ । କେବଳ ସ୍ମାର୍ଟ ଫୋନ୍ ନୁହେଁ ବରଂ ସବୁ ପ୍ରକାର ଫୋନରୁ କରିହେବ ୟୁପିଆଇ ପେମେଣ୍ଟ । ଏଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆରମ୍ଭ କରିଛନ୍ତି ଏକ ନୂଆ ବ୍ୟବସ୍ଥା । ଖୁବଶୀଘ୍ର ଆରମ୍ଭ ହେବ ଫିଚର ଫୋନରେ ଇ ପେମେଣ୍ଟ ବ୍ୟବସ୍ଥା ।

ଫିଚର ଫୋନରେ ୟୁପିଆଇ ପେମେଣ୍ଟ କରିବାକୁ ଆରମ୍ଭ ହୋଇଛି ‘ୟୁପିଆଇ ୧୨୩ ପେ’ ବ୍ୟବସ୍ଥା । ଏହାସହ ଡିଜିଟାଲ ପେମେଣ୍ଟ ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି । ଏହାର ନାଁ ‘ଡିଜି ସାଥୀ’ ରଖାଯାଇଛି । ‘ୟୁପିଆଇ ୧୨୩ପେ’ ସାହାଯ୍ୟରେ ୟୁଜର ଫୋନରେ ପେମେଣ୍ଟ କରିପାରିବେ । ସ୍କାନ ଓ ପେମେଣ୍ଟ ବ୍ୟତୀତ ଅନ୍ୟ ସମସ୍ତ କାରବାର ମଧ୍ୟ ଏହା ଦ୍ୱାରା କରାଯାଇପାରିବ । ସବୁଠାରୁ ବଡ କଥା ହେଉଛି ଫୋନରେ ପେମେଣ୍ଟ କରିବାକୁ ଇଣ୍ଟରନେଟର ଆବଶ୍ୟକତା ପଡିବ ନାହିଁ । ଏଥିପାଇଁ ଗ୍ରାହକଙ୍କୁ କେବଳ ସେମାନଙ୍କର ମୋବାଇଲ ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟକୁ ଲିଙ୍କ କରିବାକୁ ପଡିବ ।

ପୂର୍ବରୁ ୟୁପିଆଇ ପେମେଣ୍ଟ ପାଇଁ କେବଳ ସ୍ମାର୍ଟ ଫୋନ ହିଁ ଆବଶ୍ୟକ ପଡୁଥିବାବେଳେ ଏବେ ସବୁ ପ୍ରକାର ଅର୍ଥାତ ସାଧାରଣ ଫୋନରୁ ମଧ୍ୟ ଏହା କରିହେବ । ଫଳରେ ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ଏହା ବିଶେଷ ସହାୟକ ହେବ ବୋଲି କହିଛନ୍ତି ଶକ୍ତିକାନ୍ତ ଦାସ ।

Leave a Reply

Your email address will not be published. Required fields are marked *