(ଦ କୁଇଭର): ଏପ୍ରିଲ ୨୮ରୁ ଦ୍ୱାଦଶ ବୋର୍ଡ ପରୀକ୍ଷା । ୨୮ରୁ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ହେବ । କରୋନା ମହାମାରୀକୁ ଦୃଷ୍ଟିରେ ପରୀକ୍ଷା ବ୍ୟବସ୍ଥା କହୋଳ କରାଯାଇଛି । ରାଜ୍ୟରେ ପ୍ରାୟ ୩ଲକ୍ଷ ୨୦ହଜାର ପିଲା ପରୀକ୍ଷା ଦେବେ । ଖରାକୁ ଦେଖି ଦୈନିକ ଗୋଟିଏ ସିଟିଂ ପରୀକ୍ଷା କରିବାକୁ ନିଷ୍ପତି ହୋଇଛି । ସକାଳ ୯ଟାରୁ ଦୈନିକ ଗୋଟିଏ ସିଟିଂ ପରୀକ୍ଷା କରାଯିବ । ନିଜ ଶିକ୍ଷକମାନଙ୍କ ଦ୍ୱାରା ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା କରାଯିବ । ବାର୍ଷିକ ପରୀକ୍ଷାର ୮୦ ପ୍ରତିଶତ ଓ କ୍ୱାର୍ଟର ଏଣ୍ଡେରେ ହୋଇଥିବା ପରୀକ୍ଷାର ୨୦ ପ୍ରତିଶତ ମାର୍କକୁ ହିସାବକୁ ନିଆଯିବ । ଏନେଇ ସିଏଚଏସଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *