କାହିଁକି ଓଲଟା ଘଣ୍ଟା ପିନ୍ଧନ୍ତି ମୋଦୀ ?

(ଦ କୁଇଭର): କାହିଁକି ଓଲଟା ଘଣ୍ଟା ପିନ୍ଧନ୍ତି ମୋଦୀ ? ଓଲଟା ଘଣ୍ଟା ପିନ୍ଧିବାର ରହସ୍ୟ କ’ଣ ? କେତେବେଳେ ତାଙ୍କ ଭାଷଣ ତ ଆଉ କେତେବେଳେ ତାଙ୍କ ଲୁକ୍ କୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ମୋଦୀ । କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ମଧ୍ୟ ଚର୍ଚ୍ଚିତ ମୋଦୀ । ଆଉ ଏବେ ମୋଦୀଙ୍କ ଡ୍ରେସ କି ଗାଡି ନୁହଁ ମୋଦିଙ୍କ ଘଣ୍ଟାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଆପଣମାନେ ସବୁ ବେଳେ ଦେଖୁଥିବେ ମୋଦୀ ସବୁବେଳେ ବାମ ହାତରେ ବେଲ୍ଟ ବାଲା ଘଣ୍ଟା ପିନ୍ଧନ୍ତି । ଆଉ ଘଣ୍ଟାର ବେଲ୍ଟ ପ୍ରାୟତଃ କଳା ରଙ୍ଗର ହୋଇଥାଏ। କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ମୋଦୀ ସବୁବେଳେ ଘଣ୍ଟା ଓଲଟା ହିଁ ପିନ୍ଧିଥାନ୍ତି।

ତେବେ ଏଠାରେ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଠେ, ମୋଦୀ କାହିଁକି ଓଲଟା ଘଣ୍ଟା ପିନ୍ଧନ୍ତି । କ’ଣ ରହିଛି ଏହା ପଛର ରହସ୍ୟ? ତାହାକୁ ନେଇ ଏବେ ଭାରି ଚର୍ଚ୍ଚା । କୈଣସି ସଭା ହେଉ ବା କୈଣସି ଦେଶ ଓ ରାଜ୍ୟକୁ ଗସ୍ତ ହେଉ,ସବୁବେଳେ ବାମ ହାତରେ ଘଣ୍ଟା ପିନ୍ଦିଥିବାର ନଜରେ ଆସନ୍ତି ପ୍ରଧାନ ମନ୍ତ୍ରୀ ,ଆଉ ଏହା ପଛରେ ଏକ ଖାସ କାରଣ ରହିଛି । ଆଉ ଏହାର କାରଣ କହିଛନ୍ତି ଖୋଦ୍ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅଭିନେତା ଅକ୍ଷୟ କୁମାରଙ୍କ ସହ ସାକ୍ଷାତକାର କରିବା ସମୟରେ ମୋଦୀଙ୍କୁ ଏହି ପ୍ରଶ୍ନ ପଚାରି ଥିଲେ ଅକ୍ଷୟ କୁମାର । ଆଉ ମୋଦୀ ପ୍ରଥମେ ସ୍ମିତ ହାସ୍ୟ ଦେଇଥିଲେ ଆଉ ଏହା ପଛର ଗୁମର କହିଥିଲେ ।

ମୋଦୀ କହିଥିଲେ କି ପ୍ରତିଦିନ ସହ ସହ ମିଟିଙ୍ଗ୍ ରେ ଯୋଗ ଦେବାକୁ ପଡ଼େ ଏବଂ ବହୁତ ଲୋକଙ୍କୁ ବି ଭେଟିବାକୁ ପଡ଼ିଥାଏ । ଖାଲି ଏତିକି ନୁହଁ ଅନେକ ସ୍ଥାନରେ ଭାଷଣ ଦେବାର କାର୍ୟ୍ୟକ୍ରମ ବି ଥାଏ । ତେଣୁ ମତେ ପୁରା ସମୟର ଗତି ଅନୁସାରେ ଚାଲିବାକୁ ପଡେ ତେଣୁ ବାମ ହାତରେ ଓଲଟା ଘଣ୍ଟା ପିନ୍ଧିଥାଏ । ଯାହା ଫଳରେ ମୁଁ କେତେବେଳେ ଘଣ୍ଟାରେ ସମୟ ଦେଖିଦିଏ ତାହା ସାମ୍ନା ଲୋକଙ୍କୁ ଜଣା ପଡେନି ।

କାରଣ ମିଟିଙ୍ଗର ସମୟ ଅଧିକ ହୋଇଗଲେ ମୁ ଘଣ୍ଟାକୁ ବାରମ୍ବାର ଦେଖେ ଯଦି ଏହି ସମ୍ପକରେ ସାମ୍ନାବାଲା ଜଣିପାରିବ ତେବେ ତାଙ୍କୁ ଲାଗିବକି ବୋଧ ହୁଏ ଏହି ମିଟିଙ୍ଗ ମତେ ବୋରିଙ୍ଗ ଲାଗୁଛି । କିମ୍ବା ତାଙ୍କର କଥା ଶୁଣିବାକୁ ମୋପାଖରେ ସମୟ ନହିଁ । ଏହା ସହ ତାଙ୍କ ମନ ମଧ୍ୟ କଷ୍ଟ ହେବ । ହେଲେ ଓଲଟା ଘଣ୍ଟା ପିନ୍ଧିଥିଲେ କେତେବେଳେ ମୁଁ ସମୟ ଦେଖିଦେବି ତାହା ସାମ୍ନା ଲୋକ ଜାଣିପାରିବେନି । ଏହାସହ ମୁଁ ମୋ ନିର୍ଦ୍ଧାରିତ ସମୟ ଅନୁସାରେ କାମ କରିପାରିବି । ତେଣୁ ପୂର୍ବରୁ ହିଁ ଓଲୋଟା ଘଣ୍ଟା ପିନ୍ଧିବାର ଅଭ୍ୟାସ ମୁଁ କରି ଦେଇଛି ବୋଲି ମୋଦୀ କହିଛନ୍ତି ।

Leave a Reply

Your email address will not be published. Required fields are marked *