ଦିଲ୍ଲୀରେ ଏବେ ମାସ୍କ ନ ପିନ୍ଧିଲେ ଲାଗିବନି ଜରିମାନା

ନୂଆଦିଲ୍ଲୀ (ଦ କୁଇଭର): ଜାତୀୟ ରାଜଧାନୀର ସର୍ବସାଧାରଣ ସ୍ଥାନରେ ମାସ୍କ ନ ପିନ୍ଧିବା ପାଇଁ କୌଣସି ଜୋରିମାନା ଲାଗୁ କରାଯିବ ନାହିଁ ବୋଲି ଗୁରୁବାର ଦିନ ଦିଲ୍ଲୀ ବିପର୍ୟ୍ୟୟ ପରିଚାଳନା ପ୍ରାଧିକରଣ ନିଷ୍ପତ୍ତି ନେଇଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ ଯଦିଓ ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବାକୁ ଡିଡିଏମଏ ଏକ ପରାମର୍ଶ ଦେଇପାରେ । ଦିଲ୍ଲୀରେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧି ନ ଥିବାରୁ ୫୦୦ ଟଙ୍କା ଜରିମାନା ରହିଛି। ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଡିଡିଏମଏ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଗତ କିଛି ଦିନ ମଧ୍ୟରେ ଜାତୀୟ ରାଜଧାନୀରେ କୋଭିଡ -୧୯ ର ମାମଲା ଯଥେଷ୍ଟ ହ୍ରାସ ପାଇଛି, ଯାହା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଗୁରୁବାର ଦିନ ଦିଲ୍ଲୀରେ କରୋନା ଜୀବାଣୁ ସଂକ୍ରମିତ ୧୧୩ ଟି ନୂଆ ରୋଗ ହୋଇଥିବାବେଳେ ଏହି ରୋଗ ହେତୁ କୌଣସି ରୋଗୀ ପ୍ରାଣ ହରାଇ ନାହାଁନ୍ତି। ଏଥି ସହିତ, ୧୧୪ ଜଣ ଲୋକ କୋଭିଡ -୧୯ କୁ ପରାସ୍ତ କରିବା ପରେ ସହରରେ ମୋଟ ସକ୍ରିୟ ମାମଲା ୪୫୮ କୁ ଖସି ଆସିଛି। ଏହି ସଂକ୍ରମଣ ଗତ କିଛି ଦିନ ଧରି ନିୟନ୍ତ୍ରଣରେ ରହିଥିଲା ଏବଂ ଏହାର ହାରରେ ହ୍ରାସ ଘଟିଥଲା।

Leave a Reply

Your email address will not be published. Required fields are marked *