ପୁରୀ ଏସପିଙ୍କ ମନ୍ତବ୍ୟ, ଗପ ଠାରୁ କିଛି କମ୍ ନୁହେଁ

ପୁରୀ (ଦ କୁଇଭର): ମହାପ୍ରଭୁଙ୍କ ରୋଷଘର ଚୁଲି ଭାଙ୍ଗିଲେ ଜଗନ ମହାପାତ୍ର । କାଳେ ତାଙ୍କୁ ଭଲ ନ ଲାଗିବାରୁ ସେ ଭାଙ୍ଗିଦେଲେ । ଏକଥା କହିଛନ୍ତି ପୁରୀ ଏସପି କନୱର ବିଶାଲ ସିଂ । ଜଣେ ଦାୟିତ୍ୱ ସମ୍ପନ୍ନ ଆଇପିଏସଙ୍କ ଏଭଳି ମନ୍ତବ୍ୟ ଚୁଲି ଭଙ୍ଗା ଘଟଣା ଠାରୁ ବି ରୋଚକ ହୋଇଗଲାଣି । ଏସପିଙ୍କ ମନ୍ତବ୍ୟ ଶୁଣିଲେ ଲାଗୁଛି କିଛ ଗପ ଠାରୁ ବି କମ୍ ନୁହେଁ । ଶ୍ରୀମନ୍ଦିର ଭିତରେ ପଣି ଜଣେ ଦୁର୍ବୁତ୍ତ ୪୦ରୁ ଉଦ୍ଦ୍ୱର୍ ଚୁଲି ଭାଙ୍ଗିଦେଲେ, ଯାହାକୁ ନେଇ ରାଜ୍ୟରେ ବେଶ୍ ତମ୍ବିତୋଫାନ ହେଲା । ମୁଖ୍ୟ ଶାସନ ସଚିବ, ଡିଜିପି ଯାଇ ଘଟଣା ଅନୁଧ୍ୟାନ କଲେ ଓ କହିଲେ, ତଦନ୍ତ ଚାଲିଛି । ତଦନ୍ତ ମଧ୍ୟରେ ଆଜି ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ଜଗନ ମହାପାତ୍ରଙ୍କୁ ପୋଲିସ ଗିରଫ ମଧ୍ୟ କରିଛି ଓ ପୋଲିସ ହେପାଜତରେ ସେ ଚୁଲି ଭାଙ୍ଗିଥିବା ସ୍ୱୀକାର କରିଛି । ପୋଲିସ ହେପାଜତରେ ଜଣେ ଅପରାଧ ସ୍ୱୀକାର କରିବା କେତେଦୂର ସତ ତାହାର ପ୍ରମାଣ ଜଥେଷ୍ଟ ଆଗରୁ ରହିଛି ।

ଏବେ ଆସିବା କ’ଣ ଥିଲା ଘଟଣାକ୍ରମ ଓ କିପରି ଜଗନ ଭାଙ୍ଗିଥିଲେ ରୋଷଘର ଚୁଲା । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀମନ୍ଦିରରେ ରାତି ୧୧.୨୦ ସମୟରେ ପ୍ରଥମ ଶୋଧ ହୋଇଥିଲା । ତାର ୧୫ ମିନିଟ୍ ପରେ ଦ୍ୱିତୀୟ ଶୋଧ ହୋଇଥିଲା । କିନ୍ତୁ ଜଗନ ରାତି ଗୋଟାଏ ୫ ମିନିଟ୍ ସମୟରେ ବାଇଶି ପାହାଚ ପାଶ୍ୱର୍ର୍ରେ ଥିବା ରୋଷଶାଳାର ପ୍ରବେଶ ପଥ ଦେଇ ଭୋଗମଣ୍ଡପ ପାଖରେ ପହଞ୍ଚିଥିଲେ । ରାତି ଗୋଟାଏ ୬ ମିନିଟ୍ ସମୟରେ ସେ ପାଟ ଅଗଣା ଭିତରକୁ ଯାଇଥିଲେ । ସେଠାରୁ ସେ ଗାରଦ ପାହାଚ ଦେଇ ନାଟମଣ୍ଡପର ପୋଖରୀଆ ଭିତରକୁ ଯାଇଥିଲା । ତେବେ ରାତି ଗୋଟାଏ ୧୬ରୁ ୧୭ ମିନିଟ୍ ସମୟରେ ଚୁଲି ଭଙ୍ଗାଯାଇଥିବା ନେଇ ସେବାୟତମାନେ ଗାରଦରେ ଖବର ଦେଇଥିଲେ । ତାପରେ ରାତି ଗୋଟାଏ ୨୭ ମିନିଟ୍ ସମୟରେ ୩ ଜଣ ଜେଟିପି ତାଙ୍କୁ ଶ୍ରୀମନ୍ଦିର ସମ୍ମୁଖରେ ଛାଡ଼ିଥିଲେ । ତା ପରେ ସେ ଫେରାର୍ ହୋଇଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି, ୧୫ ମିନିଟ୍ ସମୟ ବ୍ୟବଧାନରେ ଜେଣ ୪୦ଟି ରୋଷଘର ଚୁଲି ଭାଙ୍ଗିବା କ’ଣ ସମ୍ଭବ?

ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଚାଲିଛି ଖନନ କାର୍ଯ୍ୟ । ଯାହା ଶ୍ରୀମନ୍ଦିର ଢାଞ୍ଚା ପ୍ରତି ବିପଦ ଥିବା ଏଏସଆଇ କହିଛି । ଓ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛି । କିନ୍ତୁ ଏହାକୁ ଖାତିର ନ କରି ବେଆଇନ ଭାବେ କାର୍ଯ୍ୟ କରିଚାଲିଛନ୍ତି ସରକାର । ଏବଂ ପ୍ରକଳ୍ପକୁ ନେଇ ବିଜେଡି ସାଂସଦ ପିନାକୀ ମିଶ୍ର ସଂସଦରେ ଏକ କଳା ସତ କହିଛନ୍ତି । ଯାହାକୁ ନେଇ ସାରା ରାଜ୍ୟ ବର୍ଷୁଥିଲା । ଠିକ୍ ଏହି ସମୟରେ ଘଟଣାର ବ୍ରେକ୍ ଲାଗିବା ଭଳି ସାମ୍ନାକୁ ଆସିଲା ଶ୍ରୀମନ୍ଦିର ଚୁଲି ଭଙ୍ଗା ଘଟଣା । ଆଉ ଏହି ଘଟଣାକୁ ନେଇ ଆଜି ଏସପି ଯାହା କହିଲେ, ସେଥିରୁ ଜଣାପଡ଼ୁଛି ଯେ, ବେଆଇନ କରିଡ଼ର କାର୍ଯ୍ୟ ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନଜର ହଟାଇବା ପାଇଁ ଏହି ଚୁଲି ଭଙ୍ଗା ପ୍ରସଙ୍ଗକୁ ଅଧିକ ନାଟକୀୟ କରାଯାଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *