ନବୀନ ଶାସନରେ ରାବଣ ରାଜ୍ ! ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇଲା ପୋଲିସ

ନୀଳଗିରି (ଦ କୁଇଭର): ନବୀନ ସରକାରରେ ରାବଣ ରାଜ୍ । ସାମ୍ବାଦିଙ୍କୁ ଗିରଫ କରି ଗୋଡ଼ରେ ବେଡ଼ି ପକାଇଲା ପୋଲିସ । ଯାହା କୌଣସି ରାବଣ ରାଜ ଠାରୁ କମ୍ ନୁହେଁ । ନବୀନଙ୍କ ଶାସନ ବ୍ୟବସ୍ଥା ସବୁବେଳେ ଲୋକାଭିମୁଖୀ ହୋଇଥିବା ବେଳେ ଏଭଳି ଘଟଣା ନବୀନଙ୍କ ସ୍ୱଚ୍ଛ ଭାବମୂର୍ତ୍ତୀ ଉପରେ କାଳିମା ବୋଳି ଦେଇଛି । କାହା ନିର୍ଦ୍ଦେଶରେ ଏପରି ଅମାନବୀୟ କାଣ୍ଡ ହୋଇଛି? ନବୀନଙ୍କୁ ବଦନାମ କରିବାକୁ ଏପରି ଯୋଜନା କରାଯାଇନାହିଁ ତ? ଜଣେ ସାମ୍ବାଦିକଙ୍କ ଗୋଡରେ ବେଡ଼ି ପକାଇବା କେଉଁ ଆଇନରେ ରହିଛି । ବେଡ଼ି ପକାଇବାକୁ କିଏ ଦେଇଥିଲା ନିର୍ଦ୍ଦେଶ? ବାଲେଶ୍ୱର ନିଳଗିରୀରେ ଦେଖିବାକୁ ମିଳିଛି ଏପରି ଏକ ଅଜବ ଘଟଣା । ଜଣେ ହୋମଗାର୍ଡଙ୍କୁ ମାରପିଟ୍ କରିଥିବା ଅଭିଯୋଗରେ ଜନୈକ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇଛି ପୋଲିସ ।

ତେବେ ଗିରଫ ହୋଇଥିବା ସାମ୍ବାଦିକଙ୍କ ନାଁ ହେଉଛି ଲୋକନାଥ ଦଳେଇ । ଜଣେ ହୋମଗାର୍ଡଙ୍କୁ ମାରପିଟ୍ କରିଥିବା ଅଭିଯୋଗରେ ଗତକାଲି ତାଙ୍କୁ ନୀଳଗିରି ପୋଲିସ ଗିରଫ କରିଥିଲା । ପରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ହସ୍ପିଟାଲରେ ଦେଖିବାକୁ ମିଳିଥିଲା ତାଙ୍କ ଗୋଡ଼ରେ ପୋଲିସ ହ୍ୟାଣ୍ଡକପ୍ ପକାଇଥିଲା । ପରେ ଏହି ଘଟଣା ସାମ୍ନାକୁ ଆସିବା ପରେ ଲୋକନାଥଙ୍କ ଗୋଡରୁ ହ୍ୟାଣ୍ଡକପ୍ ଖୋଲିଦିଆଯାଇଛି । ଅନ୍ୟପଟେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଥିବା ନୀଳଗିରି ଏସଡିପିଓ କହିଛନ୍ତି।

ପୋଲିସ ପାଖରେ ଜନୈକ ସାମ୍ବାଦିକ ଦେଇଥିବା ବୟାନ ଅନୁଯାୟୀ, ଗତ ୫ ତାରିଖ ଦିନ ପ୍ରାୟ ୧୧ଟା ବେଳେ ମୁଁ ବଜାରକୁ ଶାଗ କିଣିବାକୁ ଯାଇଥିଲେ। ମୁଁ ଗାଡ଼ି ରଖି ଶାଗ କିଣୁଥିବା ବେଳେ ଜଣେ ହୋମଗାର୍ଡ ଭାରସାମ୍ୟ ହରାଇ ଆସି ମୋ ଗାଡ଼ିକୁ ଧକ୍କା ଦେଇଥିଲେ। ଏଥିରେ ମୋ ଗାଡ଼ି କ୍ଷତିଗ୍ରସ୍ତ ହେଲା। ଏହା ପରେ ମୁଁ ଦୌଡ଼ି ଯାଇ ତାଙ୍କ ହେଲ୍ମେଟ୍ ଛଡ଼ାଇ ଆଣିଥିଲି ଓ ଗାଡ଼ି ସଜ କରି ଦେଇ ହେଲ୍ମେଟ୍ ନେଇ ଯିବେ ବୋଲି କହିଥିଲି। ମୁଁ ଜାଣି ନଥିଲି ସେ ଜଣେ ହୋମଗାର୍ଡ। ଏହି ସମୟରେ ପାଖରେ ଥିବା ଜଣେ ଦୋକାନୀ ଆସି କହିଥିଲେ, ବୁଢ଼ା ଲୋକଟିକୁ କାହିଁକି ହଇରାଣ କରୁଛ। ହେଲ୍ମେଟ୍ ଫେରାଇ ଦିଅ। ତେଣୁ ମୁଁ ହେଲ୍ମେଟ୍ ଫେରାଇ ଦେଇଥିଲି। କଥା ସେଇଠି ସରିଥିଲା। ପରେ ମୋ ନାଁରେ ଏଫଆଇଆର ହୋଇଥିବା ଜଣାପଡିଛି । ତେଣୁ ଏଠାରେ ପ୍ରଶ୍ନ ଉଠୁଛି, ନବୀନଙ୍କ ଭଳି ଜଣେ ଶାନ୍ତିପ୍ରିୟ ନେତାଙ୍କ ଶାସନରେ ଏହା କେବେ ହୋଇପାରିବ ନାହିଁ ବୋଲି ସମସ୍ତେ ଜାଣିଛନ୍ତି । କିନ୍ତୁ ଏପରି କରିବାକୁ ପୋଲିସ କିପରି ଶାହସ କଲେ? କାହା ନିର୍ଦ୍ଦେଶରେ ଲୋକନାଥଙ୍କ ଗୋଡରେ ବେଡ଼ି ପକାଇଥିଲା ପୋଲିସ । ତାହା ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନବାଚୀ ।

ଅନ୍ୟପଟେ ଏହି ଘଟଣାରେ ଲୋକନାଥ ପୋଲିସଙ୍କୁ ପଚାରିବାରୁ ସେମାନେ ପ୍ରଥମେ ବଡ଼ ସାର୍ କହିଛନ୍ତି ବୋଲି କହିଥିଲେ। ପରେ ନୀଳଗିରି ଆଇଆଇସି ମ୍ୟାଡାମଙ୍କ ନିର୍ଦ୍ଦେଶରେ ଏପରି କରିଥିବା ସେମାନେ କହିଥିଲେ। ଅନ୍ୟପକ୍ଷରେ ନୀଳଗିରି ଏସ୍ଡିପିଓ କହିଛନ୍ତି ଯେ ଉପର ସ୍ତରରୁ ଏମିତି କୌଣସି ନିର୍ଦ୍ଦେଶ ଆସି ନଥିଲା। ସେହିପରି ନୀଳଗିରି ଆଇଆଇସି କହିଛନ୍ତି ଯେ ତାଙ୍କ ପକ୍ଷରୁ ଏଭଳି କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ। ତେବେ ଏଠାରେ ପ୍ରଶ୍ନ ଉଠୁଛି, ଯଦି ଉପରୁ ନିର୍ଦ୍ଦେଶ ନଥିଲା ତେବେ ଏପରି କାହିଁକି ହେଲା? ଜଣେ ସାମ୍ବାଦିକଙ୍କ ଗୋଡରେ ବେଡ଼ି ପକାଇବାକୁ କିଏ ଦେଲା ନିର୍ଦ୍ଦେଶ? ତାର ତଦନ୍ତ ହେବା ନିହାତି ଆବଶ୍ୟକ ବୋଲି କୁହାଯାଉଛି । ତେଣୁ ନବୀନ ଶାସନରେ ଏଭଳି ରାବଣ ରାଜ ଚଳାଉଥିବା ବ୍ୟକ୍ତିଙ୍କୁ ଧରି କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *