ବିସ୍ଫୋରଣରେ ଉଡାଇଦେବୁ ସ୍କୁଲ: ଆସିଲା ଧମକପୂର୍ଣ୍ଣ ଇ-ମେଲ୍

ବେଙ୍ଗାଲୁରୁ (ଦ କୁଇଭର): ଇ-ମେଲରେ ଆସିଲା ଧମକ୍ । ବୋମାରେ ଉଠାଇ ଦେବୁ ସ୍କୁଲ । ଏଭଲି ଏକ ଭୟାନକ ଘଟଣା ଏବେ ସାମ୍ନାକୁ ଆସିଛି । କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଏକ ବଡ ବିସ୍ଫୋରଣ ହେବାର ସମ୍ଭାବନା ଅଛି । କର୍ଣ୍ଣାଟକାର ବେଙ୍ଗାଲୁରୁରେ ଥିବା ୬ଟି ସ୍କୁଲକୁ ମିଳିଛି ବୋମା ବିସ୍ଫୋରଣର ଧମକ ।

ଖବର ମୁତାବକ, ସହରର ଅନେକ ବିଦ୍ୟାଳୟରେ ଶୁକ୍ରବାର ସକାଳେ ଧମକପୂର୍ଣ୍ଣ ଇ-ମେଲ ଆସିଛି ଯେଉଁଥିରେ କୁହାଯାଇଛି ଯେ ୬ ଟି ସ୍କୁଲରେ ବୋମା ଲଗାଯାଇଛି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୋଲିସ ମଧ୍ୟ ସତର୍କ ମୋଡରେ ଅଛି। ଏଥି ସହିତ ଅନେକ ସ୍ଥାନରେ ବୋମା ନିଷ୍କ୍ରିୟ ଟିମ୍ ଙ୍କୁ ନିୟୋଜିତ କରାଯାଇଛି। ଧମକ ପରେ ବରିଷ୍ଠ ପୋଲିସ ଅଫିସରଙ୍କ ଦ୍ୱାରା ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବେଙ୍ଗାଲୁରୁ ପୋଲିସ ସୂଚନା ଦେଇଛି ଯେ ଦିନ ପ୍ରାୟ ୧୧ଟା ବେଳେ ବୋମା ବିସ୍ଫୋରଣର ଧମକ ଇ-ମେଲ ଯୋଗେ ଆସିଛି । ଏହା ପରେ ସବୁ ବିଦ୍ୟାଳୟ ଗୁଡିକରେ ସର୍ଚ ଅପରେସନ୍ ଚାଲିଛି । ଏହା ବ୍ୟତୀତ ବମ୍ ନିଷ୍କ୍ରିୟ ଟିମ୍ ର ସହାୟତା ମଧ୍ୟ ଅନୁସନ୍ଧାନରେ ନିଆଯାଉଛି।

ଜାତୀୟଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ମେଲରେ ଲେଖାଥିଲା, ‘ତୁମ ବିଦ୍ୟାଳୟରେ ଏକ ଶକ୍ତିଶାଳୀ ବୋମା ଖଞ୍ଜା ଯାଇଛି । ସାବଧାନ ରୁହନ୍ତୁ, ଏହା ଏକ ପରିହାସ ନୁହେଁ, ତୁରନ୍ତ ପୋଲିସକୁ ଜଣାନ୍ତୁ, ଯଦି ଅବହେଳା କରିବ, ତା’ହେଲେ ଆପଣଙ୍କ ସମେତ ଶହ ଶହ ଜୀବନ ବିପଦରେ ପଡ଼ିବ, ବିଳମ୍ବ କରନ୍ତୁ ନାହିଁ, ସବୁ ବର୍ତ୍ତମାନ ଆପଣଙ୍କ ହାତରେ ରହିଛି ବୋଲି ଦୁର୍ବୃତ୍ତ ଜଣଙ୍କ ସ୍କୁଲଗୁଡ଼ିକୁ ଇ-ମେଲ କରିଥିଲା। ତେବେ ଏଯାଏ କୌଣସି ସ୍କୁଲରୁ ବିସ୍ଫୋରକ ସାମଗ୍ରୀ ମିଳିନାହିଁ ବୋଲି ଜମାପଡିଛି ।

Leave a Reply

Your email address will not be published. Required fields are marked *