ଏଣିକି ୨୨୫ ଟଙ୍କାରେ ମିଳିବ ସଞ୍ଜୀବନୀ

ନୂଆଦିଲ୍ଲୀ (ଦ କୁଇଭର): ଶସ୍ତା ହେଲଶ କରୋନା ଟିକା । ଦେଶର ପ୍ରମୁଖ ୨ଟି ଟିକା କୋଭିସିଲଡ୍ ଆଉ କୋଭାକ୍ସିନର ଦାମ କମିଲା । କୋଭିଡ୍ ଭ୍ୟାକ୍ସିନ୍ କୋଭିସିଲଡର ଦାମ ଅଧାରୁ ଅଧିକ କମ୍ ହୋଇଛି । ଏନେଇ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦାର ପୁନାୱାଲା କହିଛନ୍ତି ଯେ, ଘରୋଇ ହସ୍ପିଟାଲମାନଙ୍କ ପାଇଁ କୋଭିସିଲଡ ଟିକା ଦାମ ଏବେ ୬ ଶହ ଟଙ୍କାରୁ କମାଇ ଦିଆଯାଇଛି । ଏବେ ଏହି ଟିକା ଦାମ ୨୨୫ ଟଙ୍କା ରଖାଯାଇଛି ବୋଲି ପୁନାବାଲା କହିଛନ୍ତି ।

ଅଦାର ପୁନାବାଲା ଟୁଇଟ୍ କରି ଲେଖିଛନ୍ତି, ଏହି ଘୋଷଣା କରି ଖୁସି ହେଉଛି ଯେ, କେନ୍ଦ୍ର ସରକାରଙ୍କ ସହ ଚର୍ଚ୍ଚା ପରେ ଏବେ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଘରୋଇ ହସ୍ପିଟାଲ ପାଇଁ କୋଭିସିଲଡ୍ ଟିକା ଦାମ କମାଇ ଦେଇଛି । ଏବେ ୬୦୦ ଟଙ୍କା ବଦଳରେ ଏହି ଟିକା ୨୨୫ ଟଙ୍କାରେ ଉପଲବ୍ଧ ହେବ । ଅନ୍ୟପଟେ ଏବେ କୋଭାକ୍ସିନ୍ ଓ କୋଭାଭାକ୍ସ ଟିକା ମଧ୍ୟ ୨୨୫ ଟଙ୍କାରେ ଘରୋଇ ହସ୍ପିଟାଲରେ ମିଳିପାରିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *