ଆଜି ବାଇଡେନ୍-ମୋଦୀ ଆଲୋଚନା, ଭାରତ ଉପରେ ପଡିବ କି ଚାପ ?

ନୂଆଦିଲ୍ଲୀ (ଦ କୁଇଭର): ଗୋଟିଏ ପଟେ ଋଷ-ୟୁକ୍ରେନ ଯଦ୍ଧ ଜାରିରହିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟରେ ଏକ ଭର୍ଚୁଆଲ୍ ବୈଠକ ହେବ । କୁହାଯାଉଛି ଯେ ୱାଶିଂଟନରେ ଭାରତ ଏବଂ ଆମେରିକା ମଧ୍ୟରେ ‘ଦୁଇ ପ୍ଲସ୍ ଦୁଇ’ ମନ୍ତ୍ରୀସ୍ତରୀୟ ଆଲୋଚନାଚକ୍ରର ଚତୁର୍ଥ ଅଧିବେଶନ ପୂର୍ବରୁ ଦୁଇ ନେତାଙ୍କ ମଧ୍ୟରେ ଏହି ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ,ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ନିଜ ଆମେରିକା ପ୍ରତିପକ୍ଷଙ୍କ ସହ ଟୁ ପ୍ଲସ ଟୁ ବୈଠକ ପାଇଁ ଆମେରିକା ଗସ୍ତରେ ଅଛନ୍ତି।

ଏହି ବୈଠକରେ ଦୁଇ ଦେଶର ରାଷ୍ଟ୍ରମୁଖ୍ୟ ପରସ୍ପରର ହିତ ପାଇଁ ଦକ୍ଷିଣ ଏସିଆ, ଭାରତ- ପ୍ରଶାନ୍ତ କ୍ଷେତ୍ର ସହ ବୈଶ୍ୱିକ ପ୍ରସଙ୍ଗରେ ଜାରି ରହିଥିବା ଦ୍ୱିପାକ୍ଷିକ ସହଯୋଗ ଉପରେ ସମୀକ୍ଷା କରିବେ। ବିଭିନ୍ନ ପ୍ରସଙ୍ଗରେ ଦୁଇ ନେତା ଆଲୋଚନା କରିବେ। ଏହାରି ମଧ୍ୟରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଭର୍ଚୁଆଲ ବୈଠକ କରିବେ।

ହେଲେ ଭର୍ଚୁଆଲ ବୈଠକ ପୂର୍ବରୁ ହ୍ୱାଇଟ ହାଉସର ବିବୃତ୍ତି ଆସିଛି । ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ବୈଠକ ସମୟରେ ବାଇଡେନ୍ ଭାରତ ଉପରେ ରୁଷିଆକୁ ନେଇ ଚାପ ପକାଇପାରନ୍ତି । ଏଥିସହ ବାଇଡେନ ଚାହୁଁଛନ୍ତି ଯେ ଭାରତ, ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣକୁ ନେଇ କଡ଼ା ପଦକ୍ଷେପ ନେଉ ।

ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ଲଗାତାର ଜାରି ରହିଛି । ଏହି ଯୁଦ୍ଧ ଉପରେ ଭାରତ ନିଜର ହସ୍ତକ୍ଷେପ କରିନାହିଁ । କେବଳ ଏତିକି କହିଛି ଯେ, ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହୋଇପାରିବ । ଅନ୍ୟପଟରେ ପରୋକ୍ଷ ଭାବେ ଚାପ ପ୍ରୟୋଗ କରି ଆମେରିକା ଚିନ୍ତା ବଢ଼ାଇବାକୁ ଉଦ୍ୟମ କରୁଛି । ଆମେରିକା ଅନେକ ସମୟରେ ରୁଷିଆ ବିରୋଧରେ ଭାରତ କଡ଼ା ପଦକ୍ଷେପ ନେଉ ବୋଲି ଚାପ ପକାଉଛି ।

Leave a Reply

Your email address will not be published. Required fields are marked *