‘ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ ନୁହଁନ୍ତି ମମତା’

କୋଲକାତା (ଦ କୁଇଭର): ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ ନୁହଁନ୍ତି ମମତା । ମୁଖ୍ୟମନ୍ତ୍ରୀଙ୍କ ଅସନରେ ବସିବା ପାଇଁ ତାଙ୍କର କୌଣସି ଅଧିକାର ନାହିଁ । ଏକଥା ଆମେ କହୁନୁ ଏକଥା କହିଛନ୍ତି ନିର୍ଭୟାଙ୍କ ମା’ । ଘଟଣା ଅନୁଯାୟୀ, ପଶ୍ଚିମବଙ୍ଗ ନଦିଆ ଜିଲ୍ଲାରେ ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ମାମଲାକୁ ନେଇ ଏକ ଦାୟିତ୍ୱହୀନତା ମନ୍ତବ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଯାହାକୁ ନେଇ ସାରା ଦେଶରେ ତାଙ୍କୁ ସମାଲୋଚନା କରାଯାଉଛି । ଜଣେ ମହିଳା ହୋଇ ମମତା କେମିତି ଏପରି ମନ୍ତବ୍ୟ ଦେବା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ୨୦୧୨ ଗଣ ଦୁଷ୍କର୍ମ ପୀଡିତା ନିର୍ଭୟାଙ୍କ ମାଆ । ସେ କହିଛନ୍ତି, ଯେ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ ନୁହଁନ୍ତି । ଏହି ଆସନରେ ବସିବା ପାଇଁ ତାଙ୍କର କୌଣସି ଅଧିକାର ନାହିଁ । ଜଣେ ମହିଳା ହୋଇ ଦୁଷ୍କର୍ମ ପୀଡିତାଙ୍କ ବିଷୟରେ ଏଭଳି କହିବା ତାଙ୍କୁ ଶୋଭାଦେଉନାହିଁ । ଏହି ଘଟଣାରେ ଉପଯୁକ୍ତ ତଦନ୍ତ ଏବଂ ଦୋଷୀଙ୍କୁ ଦଣ୍ଡ ମିଳିବା ଉଚିତ । ଏଭଳି ମନ୍ତବ୍ୟ ଅପରାଧକୁ ପ୍ରୋତ୍ସାହନ ଦେଇଥାଏ । ଏହାଦ୍ୱାରା ପୀଡିତା ପ୍ରଭାବିତ ହୋଇଥାନ୍ତି ଏବଂ ଅପରାଧୀ ଅପରାଧ କରି ଚାଲିଥାନ୍ତି । ଆଉ ମମତାଙ୍କୁ ଟାର୍ଗେଟ କରି କହିଛନ୍ତି, ଏଭଳି ନେତା କେବଳ ଭୋଟ୍ ବ୍ୟାଙ୍କ୍ କଥା ଚିନ୍ତା କରିଥାନ୍ତି ।

ଘଟଣା ଅନୁଯାୟୀ, ଦୁଷ୍କର୍ମ ଘଟଣାକୁ ନେଇ ଦିଦି କହିଥିଲେ ଯେ, ଦୁଷ୍କର୍ମ ଯୋଗୁଁ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ନେଇ ସେମାନେ କାହାଣୀ ଶୁଣାଉଛନ୍ତି । ଆପଣମାନେ ଏହାକୁ ଦୁଷ୍କର୍ମ କହିବେ ବି? ୍ଣସ ମୃତ୍ୟୁ ପୂର୍ବରୁ ଗର୍ଭବତୀ ଥିଲେ । ତାଙ୍କର କାହା ସହ ପ୍ରେମ ସର୍ମ୍ପକ ଥିଲା କି? ଏ ବିଷୟରେ କେହି ଯାଞ୍ଚ କରିଛନ୍ତି ନା ନାହିଁ । ପୀଡିତାଙ୍କ କାହା ସହ ପ୍ରେମ ସମ୍ପର୍କ ଥିବା କଥା ମଧ୍ୟ ଶୁଣିବାକୁ ମିଳୁଛି । ପୋଲିସକୁ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ନେଇ ଏବେ ତାଙ୍କୁ ବିଭିନ୍ନ ମହଲରୁ ନିନ୍ଦା କରାଯାଉଛି ।

Leave a Reply

Your email address will not be published. Required fields are marked *