OSSC ଅଧ୍ୟକ୍ଷ ହେଲେ ପୂର୍ବତନ ପୋଲିସ ଡିଜି ଅଭୟ

ଭୁବନେଶ୍ୱର (ଦ କୁଇଭର): ଓଡିଶା ଷ୍ଟାଫ୍ ସିଲେକସନ୍ କମିଟି ଅଧ୍ୟକ୍ଷ ହେଲେ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ (ଡିଜି) ଅଭୟ । ଓଡିଶା ପୋଲିସର ପୂର୍ବତନ ମହାନିର୍ଦ୍ଦେଶକ ଅଭୟ ବୁଧବାର ଦିନ ଓଡିଶା ଓଡିଶା ଷ୍ଟାଫ୍ ସିଲେକସନର ନୂତନ ଚେୟାରମ୍ୟାନ୍ ଭାବରେ ନିଯୁକ୍ତ ହୋଇଛନ୍ତି। ଆଗମୀ ୫ ବର୍ଷ ପାଇଁ ଓଏସଏସସି ଅଧ୍ୟକ୍ଷ ଭାବେ କାର୍ୟ୍ୟ ତୁଲାଇବେ ପୂର୍ବତନ ପୋଲିସ ଡିଜି ଅଭୟ । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରିକରାଯାଇଛି । ପୂର୍ବରୁ ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକ ଭାବେ ଦାୟିତ୍ବ ନିର୍ବାହ କରିସାରିଛନ୍ତି ଅଭୟ । କାର୍ୟ୍ୟକାଳ ପୂରଣ ହେବାପରେ ତାଙ୍କ ସ୍ଥାନରେ ସୁନୀଲ ବଂସଲ ହୋଇଛନ୍ତି ପୋଲିସ ଡିଜି ।

ଅଭୟ ଏହି ଦାୟିତ୍ୱରେ ନିଯୁକ୍ତି ହେବା ଦିନଠାରୁ ପାଞ୍ଚ ବର୍ଷ କିମ୍ବା ୬୨ ବର୍ଷ ବୟସ ହେବା ପର୍ୟ୍ୟନ୍ତ ଏହି ପଦବୀରେ ରହିବେ । ଅଭୟ ୨୦୨୧ ଡିସେମ୍ବର ୩୧ ତାରିଖରେ ଓଡ଼ିଶା ପୋଲସି ଡିଜି ପଦରୁ ଅବସର ନେଇଥିଲେ । ଏହା ପରେ ରାଜ୍ୟ ସରକାର ତୁରନ୍ତ ତାଙ୍କୁ ନାର୍କୋଟିକ୍ସ ବିଭାଗର ମୁଖ୍ୟ ଭାବରେ ନିଯୁକ୍ତ କରିଥିଲେ । ଅଭୟ ୧୯୮୬ ବ୍ୟାଚ୍ ର ଓଡ଼ିଶା କ୍ୟାଡର ଆଇପିଏସ ଅଧିକାରୀ । ୨୦୧୯ ମସିହାରେ ସେ କେନ୍ଦ୍ରିୟ ଡେପୁଟେସନରୁ ଫେରି ରାଜ୍ୟ ପୋଲିସର ଭାର ସମ୍ଭାଳିଥିଲେ । ୨୦୨୧ ଜୁନ୍ ମସିହାରେ ରାଜ୍ୟ ସରକାର ଡିଜିପି ଭାବରେ ତାଙ୍କ କାର୍ୟ୍ୟକାଳକୁ ୬ ମାସ ବୃଦ୍ଧି କରିଥିଲେ । ଏହା ପରେ ଅଭୟ ଦୁଇ ବର୍ଷ ଓଡ଼ିଶା ପୋଲିସ ମୁଖ୍ୟ ଦାୟିତ୍ୱ ତୁଲାଇ ଅବସର ନେଇଥିଲେ ।

Leave a Reply

Your email address will not be published. Required fields are marked *