ବନ୍ଦ ହେଲା କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷା ବେପାର

ନୂଆଦିଲ୍ଲୀ (ଦ କୁଇଭର): ବନ୍ଦ ହେଲା କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷା ବେପାର । ଏହି ବେପାରକୁ ବନ୍ଦ କଲେ କେନ୍ଦ୍ର ସରକାର । ବିକ୍ରି ହେବନି ସାଂସଦ କୋଟା ସିଟ୍ । ୫୦ ହଜାର, ଲକ୍ଷେ କିମ୍ବା ୨ ଲକ୍ଷ୍ୟରେ ସିଟ୍ ବିକ୍ରି କରୁଥିଲେ ସାଂସଦଙ୍କ ଦଲାଲମାନେ । ମେରିଟରେ ନପାଇ ପଛପଟରୁ ଗଳାବାଟ ଦେଇ ଯାଉଥିବା ନେତା ଓ ଚାମଚା ମାନଙ୍କର ପିଲା ଆଉ କେନ୍ଦ୍ରୀୟ ବିଦ୍ୟାଳୟରେ ଆଡମିସନ କରିପାରିବେ ନାହିଁ । କେନ୍ଦ୍ରୀୟ ବିଦ୍ୟାଳୟରେ ଥିବା ସାଂସଦ ଓ ଜିଲ୍ଲାପାଳଙ୍କ କୋଟା ଅକାମୀ ହୋଇଛି । ଏଥିରେ ପ୍ରତିବର୍ଷ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଜଣେ ସାଂସଦ ୧୦ଜଣଙ୍କ ଆଡିମିସନ ପାଇଁ ସୁପାରିଶ କରିପାରୁଥିଲେ । ଏବଂ ସ୍ଥାନୀୟ ଜିଳ୍ଲାପାଳଙ୍କ ହାତରେ ୨ଟି ସିଟ୍ ରହୁଥିଲା । ସେମାନେ ଯାହାକୁ ସୁପାରିଶ କରିବେ ସେମାନେ ଆଡମିସନ ପରିପାରିବେ । କିନ୍ତୁ ଚଳିତ ବର୍ଷଠାରୁ କେନ୍ଦ୍ର ସରକାର ଏହି କୋଟା ବ୍ୟବସ୍ଥାକୁ ସ୍ଥଗିତ ରଖିଛନ୍ତି । ଅର୍ଥାତ୍ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷାକୁ ନେଇ ଚାଲୁଥିବା ବେପାରକୁ ଏକପ୍ରକାର ବନ୍ଦ କରିଦେଇଛନ୍ତି କେନ୍ଦ୍ର ସରକାର । ଆଉ ଜିଲ୍ଲାପାଳ ଏବଂ ସାଂସଦଙ୍କ ଦଲାଲମାନେ ନିଜ ଇଚ୍ଛାରେ କେନ୍ଦ୍ରୀୟ ବିଦ୍ୟାଳୟରେ କାହାକୁ ଆଡ଼ମିସନ କରାଇପାରିବେ ନାହିଁ ।

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନିୟମ ଅନୁଯାୟୀ, ଦେଶରେ ମୋଟ୍ ୩୦ ହଜାର ସିଟ୍ ଏପରି ରହିଛି ଯାହା ସାଂସଦ ଓ ଜିଲ୍ଲ୍ାପାଳଙ୍କ ହାତରେ ରହିଛି । ଯେଉଁ ସିଟ୍କୁ ନେଇ ବେପାର କରିଥାନ୍ତି ସାଂସଦମାନେ । ଏଥିରେ ସାଂସଦଙ୍କ ଅତି ନିକଟତର ପିଲା ଆଡମିସନ କରନ୍ତି ଓ ମେଧାବୀ ପିଲା କେନ୍ଦ୍ରୀୟ ବିଦ୍ୟାଳୟ ଶିକ୍ଷାରୁ ବଂଚିତ ହୁଅନ୍ତି । ସାଂସଦଙ୍କ ଦଲାଲମାନେ ଏହି ସିଟକୁ ଉପଯୁକ୍ତ ପିଲାମାନଙ୍କୁ ଦେବା ପରିବର୍ତ୍ତେ, ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରିଦିଅନ୍ତି । ଯାହାଫଳରେ କେନ୍ଦ୍ରୀୟ ବିଦ୍ୟାଳୟ ଶିକ୍ଷାରୁ ବଂଚିତ ହୁଅନ୍ତି ମେଧାବୀ ଛାତ୍ରଛାତ୍ରୀ । ଆଉ ଗରିବ ମେଧାବୀ ପିଲା କେନ୍ଦ୍ରୀୟ ବିଦ୍ୟାଳୟ ମାଟି ମାଡ଼ିପାରନ୍ତି ନାହିଁ । ଅନ୍ୟପଟେ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରବନ୍ଧନ ସମିତିର ଚେୟାରମ୍ୟାନ୍ ହେଉଛନ୍ତି ସ୍ଥାନୀୟ ଜିଳ୍ଲାପାଳ । ଏବଂ ଜିଳ୍ଲାପାଳଙ୍କ ହାତରେ ଥାଏ ୨ଟି ସିଟ୍ । ସେ ଚାହିଁଲେ ମଧ୍ୟ ଏହି ୨ଟି ସିଟ୍ ପାଇଁ ସୁପାରିଶ କରିପାରିବେ।

ସାଂସଦମାନଙ୍କ କୋଟା ବ୍ୟବସ୍ଥାକୁ ଉଠାଇବା ପାଇଁ ବହୁ ପୂର୍ବରୁ ଅନେକ ଦାବି ହୋଇଆସୁଥିଲା । ଏପରିକି ସୁଶୀଲ ମୋଦୀ ଏହି ପ୍ରସଙ୍ଗ ରାଜ୍ୟସଭାରେ ଉଠାଇ ଏହାକୁ ବନ୍ଦ କରିବାକୁ ଦାବି କରିଥିଲେ । ଏବେ କେନ୍ଦ୍ରୀୟ ଦିବ୍ୟାଳୟରେ ଶିକ୍ଷା ବେପାରକୁ ବନ୍ଦ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ରୀୟ ବିଦ୍ୟାଳୟରେ ଏହି କୋଟା ବ୍ୟବସ୍ଥାକୁ ନେଇ ଚାଲିଥିବା ବେପାର ଏବେ ସ୍ଥଗିତ ରହିଛି । କିନ୍ତୁ ଅନ୍ୟପଟେ ଏହାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *