ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍: ୩୦ ମୃତ

(ଦ କୁଇଭର ବ୍ୟୁରୋ): ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍ । ଶୁକ୍ରବାର ରାତିରେ ପାକିସ୍ତାନ ପକ୍ଷରୁ ଆଫଗାନିସ୍ତାନର ଖୋସ୍ତ ପ୍ରଦେଶର ଦୁଇଟି ଏରିଆରେ ଏୟାର ଷ୍ଟ୍ରାଇକ୍ କରିଥିବା ଜଣାପଡ଼ିଛି । ଏହି ଆକ୍ରମଣରେ ପ୍ରାୟ ୩୦ଜଣ ନିହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ କିଛି ମହିଳା ଏବଂ ଶିଶୁ ଥିବା ଜଣାପଡ଼ିଛି ।

ଆଫଗାନିସ୍ତାନର ସ୍ଥାନୀୟ ଅଧିକାରୀ ପାକିସ୍ତାନ ଏୟାରଷ୍ଟ୍ରାଇକ୍ କରିଥିବା ନେଇ ସ୍ପଷ୍ଟ କରିଥିବା ବେଳେ ଏହି ଏୟାରଷ୍ଟ୍ରାଇକରେ ୩୦ଜଣକ ମୃତ୍ୟୁ ହୋଇଥିବା କହିଛନ୍ତି । ଆଫଗାନିସ୍ତାନର ଖୋସ୍ତରେ ପାକିସ୍ତାନ ସେନା ଆକ୍ରମଣ କରିଥିବା କୁହାଯାଇଛି । ଅତିକମରେ ୨୬ ପାକିସ୍ତାନୀ ବିମାନ ଖୋସ୍ତ ପ୍ରଦେଶରେ ଥିବା ସ୍ପୁରା ଜିଲ୍ଲାର ମିରପର, ମାନ୍ଦେହ ଏବଂ କାଇ ଗାଁକୁ ଟାର୍ଗେଟ କରିଥିଲେ । ଏହି ଆକ୍ରମଣରେ ୩୦ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କୁହାଯାଇଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି ।

“ଗଣମାଧ୍ୟମ ରିପୋର୍ଟ ଓ ପ୍ରତ୍ୟେକ୍ଷ ଦର୍ଶୀଙ୍କ କହିବା ଅନୁସାରେ, ଆଫଗାନିସ୍ତାନର ଦୁଇଟି ସ୍ଥାନ- କୁନାର ଓ ଦକ୍ଷିଣଖୋଷ୍ଟ ଅଞ୍ଚଳରେ ପାକିସ୍ତାନ ଶୁକ୍ରବାର ରାତିରେ ଏୟାର୍ ଷ୍ଟ୍ରାଇକ୍ କରିଛି।” ଅନ୍ୟପଟେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ପାକିସ୍ତାନ ଓ ତାଲିବାନର ସେନା ମଧ୍ୟରେ ସଂଘର୍ଷ ହୋଇଛି। ଗୋର୍ବ୍ଜ ଜିଲ୍ଲାର ମାଷ୍ଟରବେଲ୍ ସୀମାରେ ଏହି ସଂଘର୍ଷ ହୋଇଥିବା ସୂଚନା ମିଳିଛି ।

କାବୁଲରେ ତାଲିବାନ ଆସିବା ପରଠାରୁ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ବିଶେଷଜ୍ଞମାନେଙ୍କ ମତରେ ସୀମାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଁଛି । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିକଟରେ ପାକିସ୍ତାନୀ ସାମରିକ ହେଲିକପ୍ଟରଟି ଗୁଳି ଚଳାଇବା ପରେ ଦକ୍ଷିଣ-ପଶ୍ଚିମ ଆଫଗାନିସ୍ତାନର ନିମ୍ରୋଜ ପ୍ରଦେଶର ଡୁରାଣ୍ଡ ଲାଇନରେ ତାଲିବାନ ଏବଂ ପାକିସ୍ତାନୀ ସୈନ୍ୟମାନେ ସଜାଗ ରହିଛନ୍ତି ।

Leave a Reply

Your email address will not be published. Required fields are marked *