ଭୁବନେଶ୍ୱର(ଦ କୁଇଭର): ନବୀନ ସରକାରଙ୍କ ଧୂଳିଝଡ଼ା ପାଇଁ ଚାଲିଲାଣି ପ୍ରସ୍ତୁତି । ନବୀନଙ୍କ ସ୍ୱଚ୍ଛ ବ୍ରାଣ୍ଡ ଉପରେ କାଳିମା ବୋଳି ଦେଇଥିବା ମନ୍ତ୍ରୀଙ୍କୁ ତଡ଼ା ଯିବ । ତାଙ୍କ ସ୍ଥାନରେ ଆସିବେ କିଛି ଚାଟୁକାର । ଏହି ପ୍ରସ୍ତୁତି ପର୍ବ ପାଇଁ ଖୋଳତାଡ ଚାଲିଲାଣି । ଏକଥା ଆମେ ବେଶ କିଛି ଅଭିଜ୍ଞତାରୁ କହୁଛୁ । କାରଣ ନବୀନ ସରକାର ଗଠନ ହେବା ଦିନରୁ ୩ରୁ ସାଢେ ୩ ବର୍ଷରେ ଏମିତି କଳଙ୍କ ଝଡ଼ା କାର୍ଯ୍ୟକ୍ରମ ଚାଲିଛି । ଏଥର କେଉଁ କଳଙ୍କିତଙ୍କୁ ନବୀନ କରିବେ ଆଉଟ୍ । ଆଉ କେଉଁ ଚାଟୁକାରୀ ହେବେ ଇନ୍, ତାକୁ ନେଇ ସବୁଠି ଧଡପଡ । କିଛି ପୁରୁଖାଙ୍କ ଛାତି ଧଡ଼ ଧଡ଼ ମଧ୍ୟ ହେଉଛି, କେତେବେଳେ ଫୋନ୍ ବାଜିବ, ଆଉ କୁହାଯିବ ଇସ୍ତଫା ଦିଅ । ସେଥିପାଇଁ ଡରି ଡରି ରହିଛନ୍ତି । ତୃତୀୟ ମହଲରରେ ଥିବା ପ୍ରଭୁମାନଙ୍କୁ ଯୋଗାଯୋଗ କରୁଛନ୍ତି । ଆଉ କିଛି ଚାଟୁକାର ମିଠା ବଣ୍ଟା ପ୍ରସ୍ତୁତିରେ ଅଛନ୍ତି । ଡାକ ଆସିବା ମାତ୍ରେ ଛୁଟିଯିବେ, ମୁଣ୍ଡିଆ ମାରି ଚରଣ ଧୂଳି ନେବାକୁ ।

ପ୍ରତିପାଳିରେ ନବୀନ ୩ ବର୍ଷ ପରେ ନିଜର ମନ୍ତ୍ରୀମଣ୍ଡଳ ବଳାଇଥାନ୍ତି । ତେବେ ଏହାରି ଭିତରେ ନବୀନଙ୍କ ପଞ୍ଚମ ପାଳିକୁ ୩ ବର୍ଷ ପୁରିବାକୁ ଯାଉଛି । ତେଣୁ ନବୀନଙ୍କ ଧଳା ଛାପ ଉପରେ ଯେଉଁମାନେ କଳା ଦାଗ ଲଗାଇଛନ୍ତି, ସେମାନଙ୍କୁ ଆଉଟ୍ କରି କିଛି ନୂଆ ଚେହେରାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେବାକୁ ଯାଉଛନ୍ତି ନବୀନ । ବିଜଡି ଶିବିରରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ଏଥର ପାଳିରେ ନବୀନଙ୍କ ଧଳା ଛାପକୁ କଳା କରିବାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ କୃଷି ମନ୍ତ୍ରୀ ଅରୁଣ ସାହୁ ପ୍ରମୁଖ ଅଛନ୍ତି । ଏହାବ୍ୟତିତ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ନା ମଧ୍ୟ ଆଉଟ୍ ଲିଷ୍ଟରେ ଅଛି । ଏମାନେ କୁଆଡ଼େ ନବୀନଙ୍କ ସ୍ୱଚ୍ଚ ଭାବମୂର୍ତ୍ତୀ ଉପରେ କାଳିମା ବୋଳିଦେଇଛନ୍ତି । ତେଣୁ ନବୀନଙ୍କ ନୂଆ ଟିମରେ ଏମାନଙ୍କୁ ବାଦ୍ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ପଞ୍ଚାୟତ ନିର୍ବାଚନର ଫଳାଫଳକୁ ନେଇ ୨ ଜଣଙ୍କ ମୁଣ୍ଡ ବି ଗଡ଼ିପାରେ ବୋଲି ଚର୍ଚ୍ଚା ହେଉଛି ।

ସେପଟେ ଚଳିତ ପଞ୍ଚାୟତ ଓ ପୌର ନିର୍ବାଚନରେ ଅଭୁତପୂର୍ବ ସଫଳତା ପରେ ଏବେ ୨୦୨୪ ନିର୍ବାଚନ ପାଇଁ ନିଜ ସୈନ୍ୟବାହୀନି ପ୍ରସ୍ତୁତ କରୁଛନ୍ତି ନବୀନ । ତେଣୁ ତା ପୂର୍ବରୁ ପ୍ରଥମ କାମ ହେଉଛି ମନ୍ତ୍ରୀମଣ୍ଡଳ ସଜାଡିବା । କୁହାଯାଉଛି ୨୦୧୭ ନିର୍ବାଚନ ପରେ ୧୦ଜଣ ମନ୍ତ୍ରୀଙ୍କୁ ବିଦା କରାଯାଇଥିଲା, ଏଥର ମଧ୍ୟ ସମାନ ଫର୍ମୁଲା ଆପଣାଇ ୫୦ ପ୍ରତିଶତ ମନ୍ତ୍ରୀଙ୍କୁ ବାଦ୍ ଦେଇପାରନ୍ତି ନବୀନ ।

Leave a Reply

Your email address will not be published. Required fields are marked *