୨୩ ଡିସେମ୍ବର: କାହିଁକି କୃଷକ ଦିବସ ? ଜାଣନ୍ତୁ

ଡିସେମ୍ବର ୨୩ରେ ଭାରତରେ ପାଳନ କରାଯାଏ ଜାତୀୟ କୃଷକ ଦିବସ

(ଦ କୁଇଭର): ଡିସେମ୍ବର ୨୩ରେ ଭାରତରେ ପାଳନ କରାଯାଏ ଜାତୀୟ କୃଷକ ଦିବସ । ଆପଣ ଜାଣିଛନ୍ତି କି କାହିଁକି ୨୩ ଡିସେମ୍ବରରେ ଏହି କୃଷକ ଦିବସ ପାଳନ କରାଯାଏ । କାରଣ ୧୯୦୨ ଡିସେମ୍ବର ୨୩ ତାରିଖ ଦିନ ଭାରତର ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ଜନ୍ମଗ୍ରହଣ କରିଥିଲେ । ଚୌଧୁରୀ ଚରଣ ସିଂଙ୍କୁ କୃଷକମାନଙ୍କର ସବୁଠାରୁ ବଡ଼ ମସିହା ବୋଲି ମଧ୍ୟ କୁହାଯାଏ । ତେଣୁ ତାଙ୍କ ସମ୍ମାନ ପାଇଁ ୨୦୦୧ ମସିହା ଠାରୁ ପ୍ରତିବର୍ଷ ଡିସେମ୍ବର ୨୩ ତାରିଖକୁ କୃଷକ ଦିବସ ଭାବେ ପାଳନ କରାଯାଏ ।

ସାରା ଦେଶରେ ଆଜି କୃଷକ ଦିବସ ପାଳନ କରାଯାଉଛି । ଏହି ଅବସରରେ ଭାରତର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି । ଭାରତର ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ଜୟନ୍ତୀ ଅବସରରେ ଏହି ଦିନ କୃଷକ ଦିବସ ଭାବେ ପାଳନ କରାଯାଏ ।

ସେ କୃଷକମାନଙ୍କ ଅବସ୍ଥା ସୁଧାରିବା ପାଇଁ ଅନେକ ପ୍ରଚେଷ୍ଟା କରିଥିଲେ । ନିଜେ କୃଷକ ପରିବାରରୁ ଆସିଥିବା ହେତୁ ସେ ଭଲଭାବେ କୃଷକମାନଙ୍କ ସମସ୍ୟା ବୁଝିବା ସହିତ ସେଦମାନଙ୍କର ଉନ୍ନତି କ୍ଷେତ୍ରରେ ଅନେକ କାମ କରିଥିଲେ । ଯେଉଁପରି ଭାବେ ଭାରତରେ ୨୩ ଡିସେମ୍ବରରେ କୃଷକ ଦିବସ ପାଳନ କରାଯାଏ ସେହିଭଳି ଭାବେ ଭିନ୍ନ ଭିନ୍ନ ଦେଶରେ ଭିନ୍ନ ଭିନ୍ନ ତାରିଖରେ କୃଷକ ଦିବସ ପାଳନ କରାଯାଏ। କୃଷକମାନଙ୍କୁ ସଶକ୍ତ କରିବା ସହିତ ନୂଆ ନୂଆ ଜ୍ଞାନକୌଶଳରେ ଚାଷ ପଦ୍ଧତି ଆରମ୍ଭ କରିବା ପାଇଁ ପ୍ରବର୍ତ୍ତାଇବା ହେଉଛି କୃଷକ ଦିବସର ଉଦ୍ଦେଶ୍ୟ ।

Leave a Reply

Your email address will not be published. Required fields are marked *