କଟକକୁ ଫେରିଲା ଆନ୍ତର୍ଜାତିକ ମ୍ୟାଚ, ଜୁନ୍ ୧୨ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ

କଟକ(ଦ କୁଇଭର): ଓଡ଼ିଶାର କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ବାରବାଟୀକୁ ଫେରିଲା ଆନ୍ତର୍ଜାତିକ ଟି-୨୦ ମ୍ୟାଚ । ଜୁନ୍ ୧୨ରେ ବାରବାଟୀରେ ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ୫ ଟିକିଆ ସିରିଜର ଦ୍ୱିତୀୟ ମ୍ୟାଚ । ଖୁବଶୀଘ୍ର ଏନେଇ ବିଧିବଦ୍ଧ ଘୋଷଣା କରିବ ବିସିସିଆଇ । ଏନେଇ ଓସିଏକୁ ବିସିସିଆଇ ତରଫରୁ ସୂଚନା ଦିଆଯାଇଛି । ପୂର୍ବରୁ ଭାରତ- ଓ୍ବେଷ୍ଟ ଇଣ୍ଡିଜ ମ୍ୟାଚ୍ କରୋନା କାରଣରୁ ବାରବାଟୀ ଷ୍ଟାଡିୟମରୁ କୋଲକାତାକୁ ସ୍ଥାନାନ୍ତର ହୋଇଥିଲା ।
ପୂର୍ବରୁ ବାରବାଟୀରେ ଦୁଇଟି ଆନ୍ତର୍ଜାତିକ ଟି-୨୦ ମ୍ୟାଚ୍ ଖେଳାଯାଇଛି । ୨୦୧୫, ଅକ୍ଟୋବର ୫ ତାରିଖରେ ଦକ୍ଷିଣ ଆଫ୍ରିକା ଓ ୨୦୧୭ ଡିସେମ୍ବର ୨୦ ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ମ୍ୟାଚ୍ ଖେଳିଥିଲା । ବିବାଦ ଭରା ପ୍ରଥମ ଟି-୨୦ ମ୍ୟାଚ୍ରେ ଭ୍ରମଣକାରୀ ଦଳ ୬ ଓ୍ୱିକେଟରେ ବିଜୟୀ ହୋଇଥିବା ବେଳେ ବାରବାଟୀରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚରେ ଭାରତ ବିଜୟୀ ହୋଇଥିଲା । ଏବେ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଥର ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବାକୁ କଟକ ଆସିବ । ବାରବାଟୀକୁ ଟି-୨୦ ମ୍ୟାଚ୍ ମିଳୁଥିବାରୁ ଓସିଏ ସମ୍ପାଦକ ସ˚ଜୟ ବେହେରା ଉତ୍ସାହିତ ଅଛନ୍ତି । ଏହି ମ୍ୟାଚ୍ ପାଇଁ ଦୀର୍ଘ ଦିନରୁ ଦାବି ରହିଆସିଥିଲା । ଶେଷରେ ଓସିଏର ଆଶା ପୂରଣ ହୋଇଛି ବୋଲି ସ˚ଜୟ କହିଛନ୍ତି ।

Leave a Reply

Your email address will not be published. Required fields are marked *