IPL 2022: ଆଜି ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା-ଗୁଜରାଟ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୩୫ ତମ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ଗୁଜରାଟ ଟାଇଟନ୍ସ । ଏହି ମ୍ୟାଚ ଆଜି ଅପରାହ୍ନ ୩.୩୦ରେ ମୁମ୍ବାଇର ଡି.ଓ୍ୱାଇ. ପାଟିଲ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ ପୂର୍ବରୁ ଉଭୟ ଦଳ ନେଟ୍ସରେ ଜୋରଦାର ଅଭ୍ୟାସ କରିଛନ୍ତି । ଏହି ମ୍ୟାଚରେ ବିଜୟ ଲାଭ କରି ପଏଣ୍ଟ ଟେବୁଲର ଉପରକୁ ଉଠିବା ପାଇଁ ଉଭୟ ଦଳ ଚେଷ୍ଟା କରିବେ ।
କୋଲକାତା ନାଇଟ ରାଇଡର୍ସ କଥା ଯଦି କହିବା ତାହାଲେ ଚଳିତ ଆଇପିଏଲରେ ଭଲ ଆରମ୍ଭ କରିଥିଲା । କିନ୍ତୁ ପ୍ରଥମ ୪ଟି ମ୍ୟାଚ ପରେ ଲଗାତର ତିନୋଟି ମ୍ୟାଚରେ ପରାଜୟ ବରଣ କରିଛି କେକେଆର । କୋଲକାତା ଭଲ ପ୍ରଦର୍ଶନ କରୁଥିଲେ ହିଁ ବିଜୟର ସ୍ୱାଦ ଚାଖି ପାରୁନାହିଁ । ବିଶେଷ କରି କୋଲକାତା ନାଇଟ ରାଇଡର୍ସର ବୋଲିଂ ଲାଇନ ଅଫ ଏବେ କେକେଆର ପାଇଁ ଚିନ୍ତାର କାରଣ ପାଲଟିଛି । କୋଲକାତା ଚଳିତ ସିଜିନରେ ଏପର୍ଯ୍ୟନ୍ତ ୭ଟି ମ୍ୟାଚ ଖେଳି ୬ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ସପ୍ତମ ସ୍ଥାନରେ ରହିଛି । ତେଣୁ ଆଜିର ମ୍ୟାଚରେ ବିଜୟ ଲାଭ କରି ପଏଣ୍ଟ ଟେବୁଲର ଉପରକୁ ଉଠିବା ପାଇଁ ଚେଷ୍ଟା କରିବ ।


ଅନ୍ୟପକ୍ଷରେ ଗୁଜରାଟ ଟାଇଟନ୍ସ କଥା ଯଦି କହିବା ତାହାଲେ ଚଳିତ ସିଜିନରେ ଦମଦାର ପ୍ରଦର୍ଶନ କରିଛି ଗୁଜରାଟ । ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦଶର୍ନ କରୁଛି ଗୁଜରାଟ । ଗୁଜରାଟ ଚଳିତ ସିଜିନରେ ଏପର୍ଯ୍ୟନ୍ତ ଖେଳିଥିବା ୬ଟି ମ୍ୟାଚରୁ ୫ଟି ମ୍ୟାଚରେ ବିଜୟ ଲାଭ କରି ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ମାଂସ ପେଶୀରେ ଯନ୍ତ୍ରଣା ଯୋଗୁ ପାଣ୍ଡ୍ୟା ପୂର୍ବ ମ୍ୟାଚ୍ ଖେଳିପାରି ନଥିଲେ । ୫ ଦିନର ବିଶ୍ରାମ ପରେ ସେ ଫିଟ୍ ହୋଇସାରିଛନ୍ତି । ପାଣ୍ଡ୍ୟା ଦଳର ନେତୃତ୍ୱ ନେବା ଏକ ପ୍ରକାର ନିଶ୍ଚିତ । ତେଣୁ ଆଜିର ମ୍ୟାଚରେ କେକେଆର ବିପକ୍ଷରେ ବିଜୟ ଲାଭ କରି ପଏଣ୍ଟ ଟେବୁଲର ଉପରକୁ ଉଠିବା ପାଇଁ ଚେଷ୍ଟା କରିବ ଗୁଜରାଟ ।

Leave a Reply

Your email address will not be published. Required fields are marked *