ଭାରତୀୟ ସେନାରେ ବାହାରିଲା ନିଯୁକ୍ତି: ଦଶମ ପାସ୍ ବି କରିପାରିବେ ଆବେଦନ

ଭାରତୀୟ ସେନାର ଗ୍ରୁପ୍‌-ସିରେ ପଦବୀ ପାଇଁ ନିଯୁକ୍ତି ପ୍ରକାଶ ପାଇଛି

(ଦ କୁଇଭର): ଭାରତୀୟ ସେନାରେ ଭର୍ତ୍ତି ହେବାକୁ ଚାହୁଁଛନ୍ତି କି । ତାହାଲେ ଯଥାଶୀଘ୍ର ଆବେଦନ କରନ୍ତୁ । ଭାରତୀୟ ସେନାର ଗ୍ରୁପ୍‌-ସିରେ ପଦବୀ ପାଇଁ ନିଯୁକ୍ତି ପ୍ରକାଶ ପାଇଛି । ଭାରତୀୟ ସେନାର ପଞ୍ଜାବ ରେଜିମେଣ୍ଟ କେନ୍ଦ୍ର ଓ ଶିଖ୍ ରେଜିମେଣ୍ଟ କେନ୍ଦ୍ର ଓ ରାମଗଡ଼ କ୍ୟାଣ୍ଟ ଅଧିନରେ ଥିବା ବିଭିନ୍ନ ଗ୍ରୁପ୍‌-ସି ପଦବୀ ପୂରଣ ଲାଗି ନିଜର ଅଫିସିଆଲ ୱେବସାଇଟ୍ www.indianarmy.nic.inରେ ପ୍ରକାଶ କରିଛି।

ପଞ୍ଜାବ ରେଜିମେଣ୍ଟ କେନ୍ଦ୍ର:
୧. କାରପେଣ୍ଟର ଗ୍ରୁପ୍‌-ସି – ଗୋଟିଏ ପଦବୀ
୨. କୁକ୍ ଗ୍ରୁପ୍‌-ସି – ୬ଟି ପଦବୀ
୩. ଧୋବି ଗ୍ରୁପ୍‌-ସି – ଗୋଟିଏ ପଦବୀ
୪. ଟେଲର ଗ୍ରୁପ୍‌-ସି – କୋଟିଏ ପଦବୀ

ଶିଖ୍ ରେଜିମେଣ୍ଟ କେନ୍ଦ୍ର:
୧. ଏଲଡିସି – ଗୋଟିଏ ପଦବୀ
୨. କୁକ୍ – ୪ଟି ପଦବୀ
୩. ବୁଟମେକର – ଗୋଟିଏ ପଦବୀ

ଏହି ପଦବୀ ଗୁଡ଼ିକରେ ମନୋନୀତ ପ୍ରାର୍ଥୀଙ୍କୁ ୧୯,୯୦୦ରୁ ୬୩,୨୦୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ । ଦଶମ ଓ ଦ୍ୱାଦଶ ପାସ୍ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ । ବିଭିନ୍ନ ପୋଷ୍ଟ ଅନୁଯାୟୀ, ଶିକ୍ଷାଗତ ଯୋଗ୍ୟତା ଭିନ୍ନ ଭିନ୍ନ ଅଟେ । ୧୮ରୁ ୨୫ ବର୍ଷ ପ୍ରାର୍ଥୀ ଏହି ପୋଷ୍ଟ ପାଇଁ ଆବେଦନ କରିପାରିବେ । ଅଧିକ ସୂଚନା ପାଇଁ ଭାରତୀୟ ସେନାର ୱେସାଇଟକୁ ଯାଇ ଦେଖିପାରିବେ ।

https://indianarmy.nic.in/Site/NewsDetail/frmNewsDetails.aspx?MnId=wZKaJTvhq6pc+/CjfB48LQ&NewsID=oS6jH8ElCmq55O3vJDQ9fA==

https://indianarmy.nic.in/Site/NewsDetail/frmNewsDetails.aspx?MnId=wZKaJTvhq6pc+/CjfB48LQ&NewsID=UenHTuvIV+bVzmephHj7IA==

Leave a Reply

Your email address will not be published. Required fields are marked *