ବଡ଼ଦାଣ୍ଡରେ ଭକ୍ତଙ୍କୁ ଟମାଟୋ ମାଡ଼

(ଦ କୁଇଭର ବ୍ୟୁରୋ): ସେବାୟତଙ୍କ ଇଙ୍ଗିତରେ ଭକ୍ତଙ୍କ ଉପରେ ଟମାଟୋ ମାଡ଼ । ଭକ୍ତଙ୍କୁ ଟମାଟ ମାରିଲେ ସେବକ । ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯାଇଥିବା ଜଣେ ଭକ୍ତଙ୍କ ଉପରକୁ ଟମାଟୋ ମାଡ଼ କରିଛନ୍ତି ଜଣେ ଯୁବକ । ହଁ, ଆମେ କହୁଛୁ ସାଂସଦ ଅପରାଜିତା ସଡ଼ଙ୍ଗୀଙ୍କ କଥା । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜି ପୁରୀ ଅଭିମୁଖେ ବାହାରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ସଡଙ୍ଗୀ । ଦୀର୍ଘ ସମୟର ହାଇ ଭୋଲଟେଜ ଡ୍ରାମା ପରେ ଶେଷରେ ଯାଇ ପୁରୀରେ ପହଞ୍ଚିଥିଲେ ସାଂସଦ । ପୁରୀରେ ପହଞ୍ଚିବା ପରେ ପୁଣି ଥରେ ପଦଯାତ୍ରାରେ ବାହାରିଥିବା ଅପରାଜିତାଙ୍କ ଶୋଭାଯାତ୍ରା ଉପରକୁ ହେଇଥିଲା ଟମାଟୋ ମାଡ । ଜଣେ କଂଗ୍ରେସ କର୍ମୀ ଏହି ଟମାଟ ମାଡ କରିଥିବା ବେଳେ ଯୋଜନାବଦ୍ଧ ଭାବରେ ଏପରି କରାଯାଇଥିବା ଅଭିଯୋଗ କରିଛନ୍ତି ବିଜେପି କର୍ମୀ ।

ଆଉ ଏହି ଟମାଟୋ ମାଡ଼ କରିଥିବା ଏହି ବ୍ୟକ୍ତି ଦେବାଶିଷ ଦାସ ମହାପାତ୍ରଙ୍କ ସମର୍ଥକ ବୋଲି ଅଭିଯୋଗ ହେଉିଛି । ଏଠାରେ ପ୍ରଶ୍ନ ଉଠୁଛି ଯଦି ଆପରାଜିତାଙ୍କ ରାଲି ଉପରେ ଆକ୍ରମଣ ହୋଇଥାନ୍ତା ତାହା ରାଜନୈତିକ ହିଂସା ବୋଲି ଜଣାପଡିଥାନ୍ତା କିନ୍ତୁ ଜଣେ ସାଧାରଣ ଭକ୍ତଙ୍କୁ ପରେ ଟମାଟୋ ମାଡ ସମଗ୍ର ଭକ୍ତଙ୍କ ପ୍ରତି ଅପମାନ ସୃଷ୍ଟି କରିଛି ।

ଡାକ୍ତରଖାନା ଛକରୁ ପଦଯାତ୍ରାରେ ବାହାରିଥିବା ଅପରାଜିତା ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ହୋଇଥିବା ବେଳେ ତାଙ୍କ ଶୋଭାଯାତ୍ରା ଉପରକୁ ଟମାଟୋ ମାଡ କରାଯାଇଥିଲା । ଆଜି ସକାଳୁ ଅପରାଜିତା ସଡଙ୍ଗୀ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଯାଉଥିବା ସମୟରେ ଚନ୍ଦାନପୁରରେ ଦେଖିବାକୁ ମିଳିଥିଲା ହାଇଡ୍ରାମା । ସାଂସଦଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲା ପ୍ରଶାସନ । କିନ୍ତୁ ପାରି ନଥିଲା । ଅପରାଜିତାଙ୍କ ପ୍ରଶ୍ନବାଣରେ ଘାଇଲା ହୋଇଥିଲେ ପ୍ରଶାସନିକ ଅଧିକାରୀମାନେ । ଶେଷରେ ପୁରୀ ଯିବାକୁ ଅନୁମତି ମିଳିଥିଲା । ଆଉ ପୁରୀରେ ପହଞ୍ଚି ବଡ଼ ଦାଣ୍ଡରେ ଚାଲି ଚାଲି ଯାଉଥିବା ସମୟରେ ହୋଇଥିଲା ଟମାଟୋ ମାଡ଼ । ଏଠାରେ ପ୍ରଶ୍ନ ଉଠୁଛି, ଟମାଟୋ ମାଡ଼ ପଛରେ କିଏ? କାହା ଇସାରରେ ହୋଇଥିଲା ଟମାଟୋ ମାଡ଼?

କେଉଁଠି ମିଳୁଥିଲା ପ୍ରତ୍ସାହନ? ଜଣେ ସାଧାରଣ ଭକ୍ତଙ୍କ ଉପରକୁ ସେବକ ଟମାଟୋ ମାଡ଼ କଲେ । ତାହା ପୁଣି ସର୍ବସମ୍ମୁଖରେ । ତଥାପି ସମସ୍ତେ ଚୁପ୍ । ଘଟଣାକୁ ୫ ଘଣ୍ଟାରୁ ଅଧିକ ସମୟ ବିତିଗଲାଣି । ଟମାଟୋ ମାଡ଼ କରିଥିବା ବ୍ୟକ୍ତି ବି ଚିହ୍ନଟ ହୋଇସାରିଲେଣି । ତଥାପି ସବୁ ଜାଣି ପ୍ରଶାସନ ଚୁପ୍ ? ଟମାଟମାଡ କରିଥିବା ବ୍ୟକ୍ତିଙ୍କ ଉପରେ କେବେ ନିଆଯିବ କାର୍ଯ୍ୟାନୁଷ୍ଠାନ? ତାକୁକୁ ହିଁ ଅପେକ୍ଷା ।

Leave a Reply

Your email address will not be published. Required fields are marked *