କଂଗ୍ରେସରେ ହଲଚଲ: କିଏ ଧରିବ କଂଗ୍ରେସର ମଙ୍ଗ ?

ଭୁବନେଶ୍ୱର (ଦ କୁଇଭର): କଂଗ୍ରେସରେ ହଲଚଲ୍ । କିଏ ଧରିବ କଂଗ୍ରେସର ମଙ୍ଗ? କିଏ ହେବ ନୂଆ ମୁଖିଆ? ରାଜ୍ୟରେ କିଏ ଧରିବେ ବୁଡିଯାଇଥିବା କଂଗ୍ରସର ମଙ୍ଗ? ତାକୁ ନେଇ ଚାଲିଛି ଆଙ୍କକଷା । ନିକଟରେ କଂଗ୍ରେସ ବିଧାୟକ ଦଳ ପଦରୁ ବିଧାୟକ ନରସିଂହ ମିଶ୍ରଙ୍କ ଇସ୍ତଫା ପରେ ଏବେ କଂଗ୍ରେସ ଦଳ ମୁଖ୍ୟ ସଚେତକ ପଦବୀରୁ ଇସ୍ତଫା ଦେଇଛନ୍ତି ତାରାପ୍ରସାଦ ବାହୀନିପତି । ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ପରିବର୍ତନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। କଂଗ୍ରେସର ଓଡ଼ିଶା ପ୍ରଭାରୀ ଚେଲା କୁମାର ଆଜି ଓଡ଼ିଶାରେ ପହଞ୍ଚିଥିବା ବେଳେ କଂଗ୍ରେସ ଭବନରେ ଚାଲିଛି ମାନସ ମନ୍ଥନ । ନେତା ଓ କର୍ମୀମାନଙ୍କ ସହ ଘନ ଘନ ବୈଠକ ଚାଲିଛି ।

ଚେଲା କୁମାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସହ ପୃଥକ ଭାବେ ଆଲୋଚନା କରିଛନ୍ତି । ଏଥିସହ କଂଗ୍ରେସର ଅନ୍ୟ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି । ବୈଠକରେ ପ୍ରଭାରୀ ଚେଲା କୁମାରଙ୍କ ସହିତ ସହ ପ୍ରଭାରୀ ରୁଦ୍ର ରାଜୁ ମଧ୍ୟ ଉପସ୍ଥିତ ଅଛନ୍ତି ।

ଓଡ଼ିଶାର କଂଗ୍ରେସ ବିଧାୟକମାନେ ମୁଖ୍ୟତଃ ୨ଟି ଦାବି ପୂର୍ବରୁ ରଖି ଆସୁଥିବା ବେଳେ ଆଜି ତାହା ଉପରେ ଆଲୋଚନା ହେଉଥିବା ଜଣାଯାଇଛି। ପ୍ରଥମତଃ ପିସିସି ସଭାପତି ଭାବେ ଜଣେ ବିଧାୟକ ନିଯୁକ୍ତ ହୁଅନ୍ତୁ ବୋଲି କଂଗ୍ରେସ ବିଧାୟକ ଦାବି କରୁଥିବା ବେଳେ ବିରୋଧି ଦଳ ନେତା ପରିବର୍ତ୍ତନ କରିବାକୁ ମଧ୍ୟ ଦାବି ଜଣାଇଛନ୍ତି। ଆଲୋଚନା ବେଳର ସବିଶେଷ ତଥ୍ୟ ହାଇକମାଣ୍ଡକୁ ଦିଆଯିବ । ଏହାପରେ ପାର୍ଟି ହାଇକମାଣ୍ଡ ଯାହା ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଚେଲା କୁମାର କହିଛନ୍ତି ।

Leave a Reply

Your email address will not be published. Required fields are marked *