ମୂଷା ଖାଇଗଲେ ଏକ୍ସ-ରେ ମେସିନ୍‌ ! ୨୨ ଲକ୍ଷ ଟଙ୍କାର ମେସିନ୍ ଅଚଳ

(ଦ କୁଇଭର): ମୂଷା ଖାଇଗଲେ ଏକ୍ସ-ରେ ମେସିନ୍ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ବିହାରରେ । ମୂଷାଙ୍କ ଚମତ୍କାରିତା ଠାବ କରିଛନ୍ତି ସରକାରୀ କର୍ମଚାରୀ । ବିହାରର ଏକ ସରକାରୀ ହସ୍ପିଟାଲରେ ଲାଗିଥିବା ୨୨ଲକ୍ଷ ଟଙ୍କାର ଏକ୍ସ-ରେ ମେସିନ୍ କୁ ମୂଷାମାନେ ଖାଇଦେଇଥିବା କହିଛନ୍ତି ସ୍ୱାସ୍ଥ୍ୟ କର୍ମଚାରୀ ।

ରାଷ୍ଟ୍ରୀୟ ଜନତା ଦଳର ଏକ ନେତା ଏହି ହସ୍ପିଟାଲ ପରିଦର୍ଶନରେ ଯାଇଥିବା ବେଳେ ଏହି କଥା କହିଛନ୍ତି । ବିହାରରେ ବର୍ତ୍ତମାନ ନୀତିଷ କୁମାରଙ୍କ ସରକାର ଚାଲିଛି । ତେଣୁ ବିରୋଧୀ ଦଳରେ ଥିବା ଆରଜେଡି ନେତା କହିଛନ୍ତି ଯେ, ଏହି ହସ୍ପିଟାଲରେ ଆବଶ୍ୟକ ହେଉଥିବା ଏକ୍ସ-ରେ ହସ୍ପିଟାଲର ପାଖରେ ଥିବା ବେସରକାରୀ ସଂସ୍ଥା ପାଖକୁ ପଠାଯାଉଛି । ଏହାର ସତ୍ୟାସତ୍ୟ ଯାଞ୍ଚ କରିବା ପାଇଁ ସେ ହସ୍ପିଟାଲ ଯିବାରୁ ସେଠାରେ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ତାଙ୍କୁ କହିଥିଲେ ମୂଷାମାନେ ଏକ୍ସ-ରେ ମେସିନକୁ ଖାଇଯିବା ଫଳରେ ତାହା କାମ କରୁନାହିଁ।

ସେଠାରୁ ଫେରି ସେ କହିଛନ୍ତି ଯେ, ପ୍ରକୃତ ମୂଷାକୁ ତୁରନ୍ତ ଗିରଫ କରାଯାଉ । ସେ ମୂଷାମାନେ ହେଉଛନ୍ତି ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀ । କେବଳ ଏହା ନୁହେଁ ଏପରି ମୂଷାମାନେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଖାଇଦେବାର ଉଦାହରଣ ପୂର୍ବରୁ ମଧ୍ୟ ରହିଛି । ୨୦୧୭ ମେ’ ମାସରେ ମଧ୍ୟ ଦେୱାନୀ ପ୍ରଶାସନ ଓ ବିହାର ପୋଲିସ ବିଭିନ୍ନ ଅଦାଲତରେ ସତ୍ୟପାଠ ଦାଖଲ କରି କହିଥିଲେ ଯେ, ରାଜ୍ୟର ବିଭିନ୍ନ ଥାନାରେ ଜମା ରହିଥିବା ଲକ୍ଷ ଲକ୍ଷ ଟଙ୍କାର ଜବତ ବିଦେଶୀ ମଦକୁ ପିଇଦେଇଥିବା କହିଛନ୍ତି । ଏହାପରେ ବିରୋଧୀ ଏହି ମୂଷାମାନଙ୍କୁ ଚିହ୍ନଟ କରିବା ପାଇଁ ସରକାରଙ୍କ ନିକଟରେ ଦାବୀ କରିଥିଲେ ।

Leave a Reply

Your email address will not be published. Required fields are marked *