ପୁଣି CSKର କ୍ୟାପଟେନ୍ ହେଲେ ଧୋନୀ

(ଦ କୁଇଭର ବ୍ୟୁରୋ): ପୁଣି ସିଏସକେ କ୍ୟାପଟେନ୍ ହେଲେ ଧୋନୀ । ରବୀନ୍ଦ୍ର ଜାଡେଜା ସିଏସକେ ଅଧିନାୟକ ପଦରୁ ଓହରିବା ସହିତ ଏହି ଦାୟିତ୍ୱ ପୁଣିଥରେ ଏମ୍ ଏସ୍ ଧୋନୀଙ୍କୁ ଦେଇଛନ୍ତି । ତେବେ ଶନିବାର ଏନେଇ ଚେନ୍ନାଇ ସୁପର କିଙ୍ଗସ୍ ଦଳ ପକ୍ଷରୁ ଘୋଷଣା କରାଯାଇଛି ।

ଜାଡେଜାଙ୍କ ଅଧୀନରେ ଉଝକ ର ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ଥିଲା । ତାଙ୍କ ଅଧିନାୟକତ୍ୱରେ, CSK ୮ ଟି ମ୍ୟାଚ୍ ଖେଳିଥିଲା, ଯେଉଁଥିରେ ୨ ଟି ଜିତିଥିଲା ଏବଂ ୬ ଟି ହାରିଥିଲା । ଚେନ୍ନାଇ ସୁପର କିଙ୍ଗ୍ସ ଏକ ବିବୃତ୍ତିରେ କହିଛନ୍ତି ଯେ ଜାଡେଜା ପୁଣିଥରେ ଧୋନିଙ୍କୁ ଅଧିନାୟକତ୍ୱ ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଛନ୍ତି, ଯାହା ଧୋନି ଗ୍ରହଣ କରିଛନ୍ତି। ଧୋନି ଜଣେ ଅଧିନାୟକ ଭାବରେ ୪ ଥର ଆଇପିଏଲ୍ ଟାଇଟଲ୍ ପାଇଁ CSKକୁ ଆଗେଇ ନେଇଛନ୍ତି ।

ଏବେ ଏମଏସ ଧୋନି ପୁଣି ଥରେ ଦଳର ଦାୟିତ୍ୱ ନେଉଥିବା ଦେଖିବାକୁ ମିଳିବ । ଦଳକୁ ରବିବାର ଦିନ ସନରାଇଜର୍ସ ହାଇଦ୍ରାବାଦର ସାମ୍ନା କରିବାକୁ ପଡିବ। ଚଳିତ ସିଜିନର ପ୍ଲେ ଅଫରେ ପହଞ୍ଚିବା ପାଇଁ ଦଳକୁ ସମସ୍ତ ମ୍ୟାଚ୍ ଜିତିବାକୁ ପଡିବ । କିନ୍ତୁ ଜାଡେଜାଙ୍କ ଅଧିନାୟକତ୍ୱ ଛାଡିବା ପରେ ସବୁଠାରୁ ବଡ ପ୍ରଶ୍ନ ହେଉଛି ୪୦ ବର୍ଷିୟ ଧୋନିଙ୍କ ପରେ ଦଳର ଅଧିନାୟକ କିଏ ହେବ ?

Leave a Reply

Your email address will not be published. Required fields are marked *