ପୁରୀ (ଦ କୁଇଭର): ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା । ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ଚନ୍ଦନଯାତ୍ରା । ଆସନ୍ତା ୩ତାରିଖ ମଙ୍ଗଳବାର ଅକ୍ଷୟ ତୃତୀୟାରୁ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରାରେ ଚାପ କ୍ରୀଡ଼ା କରିବେ ଠାକୁରେ । ମହାପ୍ରଭୁଙ୍କ ଚଳନ୍ତିପ୍ରତିମା ମଦନମୋହନ, ଭୂଦେବୀ, ଶ୍ରୀଦେବୀ ସାଥିରେ ରାମକୃଷ୍ଣ ଏବଂ ପଞ୍ଚୁପାଣ୍ଡବ ଚନ୍ଦନ ପୁଷ୍କରିଣୀରେ ଜଳକ୍ରୀଡା କରିବେ। ସେଥିପାଇ ଚନ୍ଦନ ପୁଷ୍କରିଣୀରେ ୨ଟି ଚାପ ନିର୍ମାଣ କରୁଛନ୍ତି ବିଶ୍ୱକର୍ମାସେବକ । ନନ୍ଦା ଓ ଭଦ୍ରା ଦୁଇଟି ଚାପରେ ବିରାଜମାନ କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା । ଏଥିପାଇଁ ପୁରୀ ନରେନ୍ଦ୍ର ପୁଷ୍କରିଣୀକୁ ସୁସଜ୍ଜିତ କରାଯାଇଛି । ନନ୍ଦା ଓ ଭଦ୍ରା ଚାପରେ ବିଜେ ହୋଇ ଠାକୁରେ ନରେନ୍ଦ୍ର ଜଳରେ ନୌ-କ୍ରୀଡ଼ା କରିବେ ।

ଆସନ୍ତା କାଲି ମଧ୍ୟାନ ଧୂପପରେ ମଣିବିମାନରେ ମଦନମୋହନ ଓ ଭୂଦେବୀ ଏବଂ ପାଲିଙ୍କିରେ ରାମକୃଷ୍ଣଙ୍କୁ ବିଜେକରାଇ ନରେନ୍ଦ୍ର ପୁଷ୍କରିଣୀରେକୁ ନିଆଯିବ । ପରମ୍ପରା ଅନୁସାରେ ଚୈତ୍ରପୂର୍ଣ୍ଣମୀ ଅବସରରେ ଚାପଡଙ୍ଗାକୁ ଜଳରୁ ବାହାରକୁ ଅଣାଯାଇଛି । ଭୋଇ ସେବକମାନଙ୍କ ଦ୍ୱାରା ଏହି କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିବା ବେଳେ ଆଜି ଚାପ ଗୁଡିକ ସଫାକରାଯାଇଛି ।

ଏହା ପରେ ଚନ୍ଦନ ଯାତ୍ରାପାଇଁ ଚାପଗୁଡିକୁ ରଙ୍ଗ ଲଗାଇ ପ୍ରସ୍ତୁତ କରାଯିବ । ଏଥିସହ ଚନ୍ଦନଯାତ୍ରା ହେବ ଭକ୍ତମୟ ପରିବେଶରେ । କରୋନା ଯୋଗୁଁ ଦୁଇବର୍ଷ ବିନାଭକ୍ତରେ ରଥଯାତ୍ରା ହୋଇଛି । କିନ୍ତୁ ଧିରେ ଧିରେ ସ୍ଥିତି ସୁଧୁରିଥିବାରୁ ରଥଯାତ୍ରାରେ କୌଣସି ବାଧା ହେବନାହିଁ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *