ରୁଷ ରାଷ୍ଟ୍ରପତିଙ୍କୁ କ୍ୟାନ୍‌ସର !

(ଦ କୁଇଭର): ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଋଷ ରାଷ୍ଟ୍ରପତିଙ୍କୁ କ୍ୟାନ୍‌ସର । ସେ କର୍କଟର ରୋଗରେ ପୀଡିତ । ତାଙ୍କର ହେବ ସର୍ଜରୀ। ଏଥିପାଇଁ ସେ ସାମୟିକ ଭାବେ ଦେଶର ସୁରକ୍ଷା ପରିଷଦ ସଚିବ ନିକୋଲାଇ ପାଟ୍ରୁଶେଭଙ୍କୁ କ୍ଷମତା ହସ୍ତାନ୍ତର କରିପାରିନ୍ତି। ଆମେରିକାର ନ୍ୟୁୟର୍କ ପୋଷ୍ଟରରେ ପ୍ରକାଶିତ ଏକ ଖବରରେ ଏଭଳି କିଛି ଦାବି କରାଯାଇଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପୁଟିନ ଖୁବ୍ ଶୀଘ୍ର ତାଙ୍କର ଡାକ୍ତରୀ ପରୀକ୍ଷା ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି। ଏଥିସହ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି ଯେ କର୍କଟ ରୋଗ ପାଇଁ ତାଙ୍କୁ ତୁରନ୍ତ ଅସ୍ତ୍ରୋପଚାର କରାଯିବା ଆବଶ୍ୟକ। ଅପରେସନ୍ ପରେ, ସେ ଫିଟ୍ ନହେବା ପର୍ୟ୍ୟନ୍ତ ସେ ସରକାର ଚଳାଇବାକୁ ସମର୍ଥ ହେବେ ନାହିଁ ।

ମିଡିଆ ରିପୋର୍ଟରେ ଦର୍ଶାଯାଇଛି ଯେ ପୁଟିନ ତାଙ୍କ ବିଶ୍ୱସ୍ତ ପାଟ୍ରୁଶେଭଙ୍କ ସହ ଅନେକ ଘଣ୍ଟା କଥା ହୋଇଥିଲେ। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ କଥାବାର୍ତ୍ତା ପରେ ସେମାନେ ଅପରେସନ୍ ସମୟରେ ପାଟ୍ରୁଶେଭଙ୍କୁ କ୍ଷମତା ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯଦିଓ ଏହା ଏପର୍ୟ୍ୟନ୍ତ ଘୋଷଣା କରାଯାଇ ନାହିଁ। କିନ୍ତୁ କୁହାଯାଉଛି ଯେ ନିଜର କ୍ୟାନ୍‌ସର ଚିକିତ୍ସା କରାଇବା ପାଇଁ ସେ କ୍ଷମତାରୁ ନିଜକୁ ଦୂରେଇ ରଖିବେ । ତେଣୁ ୟୁକ୍ରେନ୍ ଆକ୍ରମଣ ଦାୟିତ୍ୱ ସେ ପୂର୍ବତନ ସ୍ପାଏ ମୁଖ୍ୟ ତଥା ସିକ୍ୟୁରିଟି କାଉନ୍ସିଲ ମୁଖ୍ୟ ନିକୋଲାଇ ପାଟ୍ରୁଶେଭଙ୍କୁ ଦେବେ ବୋଲି ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ତେବେ ପ୍ରକୃତରେ ରୁଷ ରାଷ୍ଟ୍ରପତି ପୁଟିନ୍‌ କ୍ୟାନ୍‌ସରରେ ପୀଡିତ ଅଛନ୍ତି ନା ନାହିଁ, ଏନେଇ ତାଙ୍କ ତରଫରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ତାଙ୍କ ଦେହ କେବଳ ଅସୁସ୍ଥ ଥିବା ନେଇ ଏବେ ଚାରିଆଡେ ଗୁଜବ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *