IPL 2022: ଆଜି ମୁମ୍ବାଇକୁ ଭେଟିବ ଗୁଜରାଟ, ପ୍ଲେ ଅଫରେ ସ୍ଥାନ ପକ୍କା ଲକ୍ଷ୍ୟରେ ପାଣ୍ଡ୍ୟା ବାହିନୀ

ମୁମ୍ବାଇ: ଆଜି ଇଣ୍ଡିଆନ ପ୍ରିମିୟର ଲିଗର ୫୧ ତମ ମ୍ୟାଚରେ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଟାଇଟନ୍ସ । ଏହି ମ୍ୟାଚ ପୂର୍ବରୁ ଉଭୟ ଦଳ ନେଟ୍ସରେ ଜୋରଦାର ଅଭ୍ୟାସ କରିଛନ୍ତି । ଆଜିର ମ୍ୟାଚରେ ବିଜୟ ଲାଭ କରି ପ୍ଲେ-ଅଫରେ ନିଜ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ ଗୁଜରାଟ ଟାଇଟନ୍ସ । ଅନ୍ୟପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଆଜି ପଡ଼ିଆକୁ ଓହ୍ଲାଇବ । ଚଳିତ ଆଇପିଏଲରେ ଗୁଜରାଟ ଟାଇଟନ୍ସ ୧୦ଟି ମ୍ୟାଚ ଖେଳି ୮ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛନ୍ତି । ତେବେ ଗୁଜରାଟ ଏହି ମ୍ୟାଚ ପୂର୍ବ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ପରାଜୟ ଲାଭ କରି ଆସିଥିବାରୁ ଆଜିର ମ୍ୟାଚରେ ବିଜୟ ଲାଭ କରିବାକୁ ଚେଷ୍ଟା କରିବ । ଆଜିର ମ୍ୟାଚରେ ମୁମ୍ବାଇ ବିପକ୍ଷରେ ବିଜୟ ଲାଭ କରି ପ୍ରଥମ ଦଳ ଭାବରେ ପ୍ଲେ ଅଫରେ ନିଜ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ ଗୁଜରାଟ । ସେହିପରି ମୁମ୍ବାଇ ଇଣ୍ଡିଆନ୍ସ କଥା ଯଦି କହିବା ତାହାଲେ ଚଳିତ ଆଇପିଏଲରେ ନୈରାଶଜନକ ପ୍ରଦର୍ଶନ କରିଛି ମୁମ୍ବାଇ । ଲଗାତାର ୮ଟି ମ୍ୟାଚରେ ପରାଜୟ ବରଣ କରିବା ପରେ ନବମ ମ୍ୟାଚରେ ବିଜର ସ୍ୱାଦ ଚାଖିଥିଲା ମୁମ୍ବାଇ । ତେବେ ଚଳିତ ଆଇପିଏଲରେ ପ୍ଲେ ଅଫରେ ପ୍ରବେଣ କରିପାରିବ ନାହିଁ ୫ ଥର ବିଜେତା ମୁମ୍ବାଇ । କିନ୍ତୁ ଅନ୍ୟ କିଛି ଦଳକୁ ପ୍ଲେ ଅଫକୁ ଯିବା ପାଇଁ ଅଟକାଇପାରିବ ।

Leave a Reply

Your email address will not be published. Required fields are marked *