ନିର୍ବାଚନ ଲଢିବେ କୃଷକ

(ଦ କୁଇଭର): ବିଧାନସଭା ନିର୍ବାଚନରେ ଏଣ୍ଟ୍ରି କରିବେ କୃଷକ । ପଞ୍ଜାବର କୃଷକ ସଙ୍ଗଠନମାନେ ଆଗାମୀ ବିଧାନସଭା ନିର୍ବାଚନରେ ଲଢିବେ । ଏଥିପାଇଁ ୨୨ଟି କୃଷକ ୟୁନିୟନ ମିଶି ମିଳିତ ସମାଜ ମୋର୍ଚ୍ଚା ଗଠନ କରିଛନ୍ତି । ଏହି ମୋର୍ଚ୍ଚା ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନରେ ୧୧୭ଟି ଆସନରୁ ନିର୍ବାଚନ ଲଢିବ । କୃଷକ ନେତା ବଲବୀର ସିଂ ଏହି ଦଳର ନେତୃତ୍ୱ ନେବେ । ଏନେଇ ଚଣ୍ଡିଗଡ଼ରେ ସେ ଏହି ଘୋଷଣା କରିଛନ୍ତି ।

ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ମୁଲାନପୁର ଗୁରୁ ଶରଣକାଲା ଭବନରେ ୩୨ଟି କୃଷକ ଗୋଷ୍ଠୀର ଏକ ବୈଠକ ବସିଥିଲା । ଏହି ବୈଠକ ପରେ ୫ଜଣ କୃଷକ ପ୍ରତିନିଧି କହିଛନ୍ତି ଯେ, କୃଷକ ସଂଗ୍ରାମ ପାଇଁ ୩୨ଟି କୃଷକ ସଙ୍ଗଠନ ଏକଜୁଟ୍ ହୋଇଛନ୍ତି । ରାଜନୀତି କରିବା ଓ ନିର୍ବାଚନ ଲଢିବା ହେଉଛି ସଙ୍ଗଠନର ଅଧିକାର । ଏଥିରେ ଭିନ୍ନ ଭିନ୍ନ ଲୋକମାନଙ୍କର ଭିନ୍ନ ଭିନ୍ନ ମତାମତ ଥାଇପାରେ ।

ଯଦିଓ ପୂର୍ବରୁ ଅନେକ କୃଷକ ସଙ୍ଗଠନ ରାଜନୀତିରେ ଅଂଣଗ୍ରହଣ କରିବା ପାଇଁ ଘୋଷଣା କରିସାରିଥିଲେ । କିନ୍ତୁ ପଞ୍ଜାବର ସବୁଠାରୁ ଶକ୍ତିଶାଳୀ କୃଷକ ସଙ୍ଗଠନ ଭାରତୀୟ କିଶାନ ୟୁନିୟନ ଏକତା ଉଗ୍ରହାନ ରାଜନୀତିରେ ପ୍ରବେଶ ନ କରିବାକୁ ନିଷ୍ପତ୍ତି ନେଇଛି । ସଙ୍ଗଠନର ଅଧ୍ୟକ୍ଷ ଏହା ସ୍ପଷ୍ଟ କରିଛନ୍ତି ଯେ, ସେମାନେ କୃଷକମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବ । କେବଳ ରାଜନୀତି କରିବା ଆମର ଲକ୍ଷ ନୁହେଁ ।

Leave a Reply

Your email address will not be published. Required fields are marked *