ଦିଲ୍ଲୀ ଗଲେ ରାଜ୍ୟ କଂଗ୍ରେସ ନେତା, କାଲି ରାହୁଲଙ୍କ ସହ ହେବ ଆଲୋଚନା

ଭୁବନେଶ୍ୱର: ଦିଲ୍ଲୀ ଅଭିମୁଖେ ବାହାରିଲେ ରାଜ୍ୟ କଂଗ୍ରେସ ନେତା । ସମସ୍ତ ବିଧାୟକଙ୍କ ସହ ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ, ଜୟଦେବ ଜେନା, ଚିରଞ୍ଜିବୀ ବିଶ୍ୱାଳ ସମେତ ଅନେକ କଂଗ୍ରେସ ନେତା ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଆସନ୍ତାକାଲି ଦଳର ସମସ୍ତ ବିଧାୟକ ଓ ପୂର୍ବତନ ପିସିସି ସଭାପତିଙ୍କ ସହ ଆଲୋଚନା କରିବେ ରାହୁଲ ଗାନ୍ଧୀ । କାହାକୁ ପିସିସି ସଭାପତି କରାଯିବ, ସଂଗଠନ କିପରି ମଜବୁତ ହେବ ସେ ନେଇ ରାହୁଲ ରାଜ୍ୟ କଂଗ୍ରେସ ନେତାଙ୍କ ସହ ସିଧା ସଳଖ ଆଲୋଚନା କରିବେ ।

ପିସିସି ସଭାପତି ପଦ ପାଇଁ ବିଭିନ୍ନ ଗୋଷ୍ଠୀ ଜୋରଦାର ଲବି କରୁଛନ୍ତି । ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ପିସିସି ସଭାପତି କରିବାକୁ ବିଧାୟକ ଗୋଷ୍ଠୀ ଦାବି କରିଛନ୍ତି । ଏହି ରେସରେ ଆଗରେ ରହିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଓ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ସେହିପରି ଅନ୍ୟ ନେତାଙ୍କ ମଧ୍ୟରେ ଶରତ ପଟ୍ଟନାୟକ, ଭକ୍ତ ଦାସ ଓ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ନାଁ ଆଗରେ ଅଛି । ତେବେ ହାଇକମାଣ୍ଡ କାହାକୁ ପିସିସି ମଙ୍ଗ ଧରାଇବେ, ସେନେଇ ଜାରି ରହିଛି କଳ୍ପନା ଜଳ୍ପନା ଜାରି ରହିଛି ।

Leave a Reply

Your email address will not be published. Required fields are marked *