ପଞ୍ଚାୟତ ନିର୍ବାଚନ: ୪୦% ଓବିସି ପ୍ରାର୍ଥୀ ଦେବ ବିଜେଡି

(ଦ କୁଇଭର): ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆ ବର୍ଗରୁ ୪୦ ପ୍ରତିଶତ ପ୍ରାର୍ଥୀ ଦେବ । ବିଜେଡି ରାଜ୍ୟକାର୍ଯ୍ୟକାରିଣୀରେ ଏଭଳି ନିଷ୍ପତ୍ତି ହୋଇଛି । କାର୍ଯ୍ୟକାରିଣୀରେ ଏସମ୍ପର୍କରେ ଆଲୋଚନା ହେବା ସହିତ ସର୍ବସମ୍ମତ ମତ ପ୍ରକାଶ ପାଇଥିଲା । ପରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଏହା ଉପରେ ମୋହର ଲାଗାଇଛନ୍ତି ।

ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପଞ୍ଚାୟତ ନିର୍ବାଚନରେ ୪୦ ପ୍ରତିଶତ ପଛୁଆ ବର୍ଗଙ୍କୁ ଟିକେଟ ଦେବା ପ୍ରସଙ୍ଗ ଉପସ୍ଥାପନ କରିଥିଲେ । ଏହା ସର୍ବ ସମ୍ମତ ମତ ପ୍ରକାଶ ପାଇବା ପରେ ଏହା ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଯାଇଥିଲା । ଏବଂ ଏହାକୁ ମୁଖ୍ୟମନ୍ତ୍ରୀ ମୋହର ମାରିଥିଲେ । ଏହା ଫଳରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ୪୦ ପ୍ରତିଶତ ପଛୁଆ ବର୍ଗଙ୍କୁ ପ୍ରାର୍ଥୀ କରିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ହୋଇଛି ।

Leave a Reply

Your email address will not be published. Required fields are marked *