ଭୁବନେଶ୍ୱର (ଦ କୁଇଭର): ରାଜ୍ୟର ପୋଲିସ ମୁଖିଆମାନେ ଅମେରୁଦଣ୍ଡି । ଅର୍ଥାତ ସେମାନଙ୍କ ପାଖରେ ନିଜସ୍ୱ ନିଷ୍ପତ୍ତିର କ୍ଷମତା ନଥାଏ । ନିଜ ଇଚ୍ଛାରେ ଛିଡ଼ା ହେବା ବା ସ୍ୱତନ୍ତ୍ର ଭାବେ ନିଷ୍ପତ୍ତି ନେବା ପାଇଁ ତାଙ୍କ ମେରୁଦଣ୍ଡରେ ହାଡ଼ ନଥାଏ । ଏ କଥା ଆଉ କେହି ନୁହେଁ ଖୋଦ ଜଣେ ପୂର୍ବତନ ଡିଜି କହୁଛନ୍ତି । ପଞ୍ଜାବର ପୂର୍ବତନ ଡିଜି ଶଶିକାନ୍ତ ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏପରି ଦର୍ଶାଇଛନ୍ତି ।

ଶଶିକାନ୍ତଙ୍କ କହିବା ଅନୁଯାୟୀ, କାର୍ଯ୍ୟରେ ଯୋଗ ଦେବାବେଳେ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ବେଶ କର୍ମଠ ଥାନ୍ତି । କିଛି ନୂଆ କରିବାର ଆଭିମୁଖ୍ୟ ବି ଥାଏ । ମାତ୍ର ତାହା ଧିରେ ଧିରେ ଭାଙ୍ଗିଯାଏ । ଜଣେ ପଦସ୍ଥ ଅଧିକାରୀ ତାଙ୍କର ପ୍ରତିଟି ପଦୋନ୍ନତି ସହ ତାଙ୍କ ମେରୁଦଣ୍ଡର ଦୁଇ ଦୁଇଟି ହାଡ଼ ଅକାମୀ ହୋଇଯାଇଥାଏ । ଶେଷରେ ଶୀର୍ଷରେ ପହଞ୍ଚିିବା ବେଳକୁ ମେରୁଦଣ୍ଡ ବିହୀନ ହୋଇ ପଡ଼ିଥାନ୍ତି । ଯାହାଦ୍ୱାରା ପୋଲିସ ପ୍ରଶାସନିକ ବ୍ୟବସ୍ଥା ଗୋଲାମି ଆଡ଼କୁ ଚାଲିଯାଏ ।

ପୋଲିସର ଶୀର୍ଷରେ ଥିବାର ଅଧିକାରୀମାନେ ତାଙ୍କର ନିଜସ୍ୱ ବୁଦ୍ଧି ବଳରେ କିଛି କରିପାରନ୍ତି ନାହିଁ । ରାଜନୈତିକ ଚାପରେ ସେମାନେ ଚଳପ୍ରଚଳ କରନ୍ତି । ଏକଥାକୁ କର୍ଣ୍ଣାଟକର ପୂର୍ବତନ ଡିଜି ମଧ୍ୟ ଅନେକାଂଶରେ ସମର୍ଥନ କରିଛନ୍ତି ।

ଯଦି ପୂର୍ବତନ ଡିଜିପି ମାନଙ୍କ ମତକୁ ସମୀକ୍ଷା କରାଯାଏ, ତେବେ ରାଜ୍ୟ ଗୁଡ଼ିକରେ ପୋଲିସ କେତେ ଅସହାୟ ତାହା ସ୍ପଷ୍ଟ ହୋଇଯାଉଛି । ଓଡ଼ିଶାର ସ୍ଥିତି ବି ସେମିତି କିଛି ସୂଚାଉଛି ବୋଲି କହିଛନ୍ତି ହାଇକୋର୍ଟ ଆଇନଜୀବୀ ତଥା ଭଏସ ଅଫ୍ ଭିକ୍ଟିମର ଅଧ୍ୟକ୍ଷ୍ୟ ଜ୍ଞାନରଞ୍ଜନ ମିଶ୍ର । ପୋଲିସର କାର୍ଯ୍ୟକଳାପ ଏପରି ଅନେକ ସୂଚନା ଦେଉଛି । ସେ ରଜନୈତିକ ହତ୍ୟକାଣ୍ଡ ହେଉ ବା ସରକାରୀ ବିରୋଧୀଙ୍କ ମୁହଁ ବନ୍ଦ କରିବା ହେଉ ସବୁଥିରେ ପୋଲିସର ଅସହାୟତା ବାରି ହେଉଛି । ସତରେ କ’ଣ ପୋଲିସ ରାଜନୈତିକ ଚାପମୁକ୍ତ ହୋଇ ଲୋକଙ୍କୁ ନ୍ୟାୟ ଦେବ ।

Leave a Reply

Your email address will not be published. Required fields are marked *