ପାଙ୍ଗୋଙ୍ଗ ହ୍ରଦରେ ଆଉ ଏକ ସେତୁ ନିର୍ମାଣ କରୁଛି ଚୀନ: ଜାଣନ୍ତୁ କାହିଁକି ?

(ଦ କୁଇଭର ବ୍ୟୁରୋ): ଦୁଇବର୍ଷରୁ ଅଧିକ ସମୟ ଧରି ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦ ଜାରି ରହିଛି । ଏହି ସମୟ ମଧ୍ୟରେ ଚୀନ ପାଙ୍ଗୋଙ୍ଗ ହ୍ରଦ ଉପରେ ଆଉ ଏକ ସେତୁ ନିର୍ମାଣ କୁରଛି ଯାହା ଭାରୀ ଅସ୍ତ୍ରଶସ୍ତ୍ର ବହନ କରିବାକୁ ସକ୍ଷମ ହେବ । ଜାତୀୟଗଣମାଧ୍ୟର ସୂଚନାନୁସାରେ ପ୍ରଥମ ସେତୁ ନିର୍ମାଣ ୨୦୨୧ର ଶେଷ ଭାଗରେ ଆରମ୍ଭ ହୋଇ ଗତ ମାସରେ ସେହି ସେତୁ ଉପରେ କାମ ଶେଷ ହୋଇଥିଲା । ଚୀନ୍ ପାଙ୍ଗୋଙ୍ଗ ହ୍ରଦ ଉପରେ ଚୀନ୍ ନିର୍ମାଣ କରୁଥିବା ନୂତନ ସେତୁ ପାଇଁ ପୁରୁଣା ସେତୁକୁ ପରିବହନ ବ୍ରିଜ୍ ଭାବରେ ବ୍ୟବହାର କରୁଛି ।

ଖବର ଅନୁଯାୟୀ ଚୀନ୍ ଏହାର କ୍ରେନ୍ ନିୟୋଜନ ଏବଂ ଅନ୍ୟାନ୍ୟ ନିର୍ମାଣ ଉପକରଣ ଆଣିବା ପାଇଁ ପ୍ରଥମ ସେତୁ ବ୍ୟବହାର କରୁଛି। ଏହାର ଠିକ୍ ପାଖରେ ଏକ ନୂତନ ସେତୁ ନିର୍ମାଣ କରାଯାଉଛି, ପୁରୁଣା ଅପେକ୍ଷା ବଡ଼ ଏବଂ ପ୍ରଶସ୍ତ । ଏହି ବ୍ରିଜର ନିର୍ମାଣ କାର୍ୟ୍ୟ ଗତ ୨୦ ଦିନ ଧରି ଚାଲିଛି । ଉଭୟ ପାର୍ଶ୍ୱରୁ ଏକକାଳୀନ ନୂତନ ସେତୁ ନିର୍ମାଣ କରାଯାଉଛି ।

୧୩୫ କିଲୋମିଟର ଲମ୍ବ ପାଙ୍ଗଙ୍ଗ ହ୍ରଦ ଲଦାଖ ଓ ତିଦ୍ଦତ ଆଞ୍ଚଳ ଚୀନ ଅଧିନରେ ଅଛି । ମଇ ୨୦୨୦ ରୁ ଏହି ଅଞ୍ଚଳରେ ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ଦେଖାଦେଇଛି । ପୂର୍ବରୁ ଏହି ସେତୁ କେବଳ ସୈନ୍ୟ ଏବଂ ହାଲୁକା ଯାନ ଆଣିପାରେ, କିନ୍ତୁ ନୂତନ ସେତୁ ଚାଇନାର ଘାତକ ଓ ଭାରୀ ଯାନଗୁଡିକୁ ମଧ୍ୟ ଏହା ଉପର ଦେଇ ଚଳାଚଳ କରିପାରିବ । ଏହି ନୂତନ ସେତୁଗୁଡ଼ିକ ଚାଇନାର ସାମରିକ ଭିତ୍ତିଭୂମିର ଏକ ଅଂଶ ଯାହାକି ପୂର୍ବ ଲଦାଖରେ ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *