ରାଜଧାନୀରେ ଡାକ୍ତର-ପୋଲିସ ମୁହାଁମୁହିଁ

(ଦ କୁଇଭର): ନେଟ୍ ଓ ପିଜି କାଉନସେଲିଂରେ ବିଳମ୍ବ ପ୍ରସଙ୍ଗକୁ ନେଇ ରାଜଧାନୀ ଦିଲ୍ଲୀରେ ଡାକ୍ତର-ପୋଲିସ ମୁହାଁମୁହିଁ । ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲ ଠାରୁ ଡାକ୍ତରମାନେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପଦଯାତ୍ରା କରି ଆସୁଥିଲେ । କିନ୍ତୁ ଦିଲ୍ଲୀ ପୋଲିସ ଫାଟକ ବନ୍ଦ କରିଦେଇଥିଲା । ଯାହାଫଳରେ ଦିଲ୍ଲୀରେ ଆନ୍ଦୋଳନରତ ଡାକ୍ତର ଓ ପୋଲିସଙ୍କ ମଧ୍ୟରେ କିଛି ସମୟ ପାଇଁ ଖଣ୍ଡଯୁଦ୍ଧ ଲାଗିଥିଲା । ଡାକ୍ତରମାନଙ୍କ କହିବା ଅନୁଯାୟୀ, ପୋଲିସ ଆମକୁ ଅମାନବୀୟ ଭାବେ ଆକ୍ରମଣ କରିଛି । ସେମବାର ଦି ହୋଇଥିବା ସଂଘର୍ଷରେ ଉଭୟ ପୋଲିସ ଓ ଡାକ୍ତରମାନଙ୍କ ପକ୍ଷରୁ ଅନେକ ଲୋକ ଆହତ ହୋଇଥିବା ଦାବି କରିଛନ୍ତି ।

ଏହାର ପ୍ରତିବାଦରେ ଆଜି ହଜାର ହଜାର ଡାକ୍ତର ରାଜରାସ୍ତାରେ ପଦଯାତ୍ରା କରୁଥିଲେ । ଡାକ୍ତର ସଙ୍ଗଠନ ଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ମେଡ଼ିକାଲ ଆସୋସିଏସନ ଏହାର ପ୍ରତିବାଦ କରି ଦେଶବ୍ୟାପୀ ହରତାଳ ଘୋଷଣା କରିଛି । ଏହାସହ ଡାକ୍ତରଙ୍କୁ ଆକ୍ରମଣ କରିଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଡାକ୍ତରମାନଙ୍କ ହରତାଳ ଯୋଗୁ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ବ୍ୟାଘାତ ଘଟିଛି ।

Leave a Reply

Your email address will not be published. Required fields are marked *