K-Pop ଗୃପରେ ଓଡିଆ ଝିଅ ଶ୍ରେୟା ଲେଙ୍କା, ଦେଶରେ ପ୍ରଥମ

(ଦ କୁଇଭର ବ୍ୟୁରୋ): ଓଡିଶାବାସୀଙ୍କ ପାଇଁ ଗର୍ବର ବିଷୟ, ଓଡିଶା ଝିଅ ଶ୍ରେୟ ଲେଙ୍କା କୋରିଆନ୍ ପପ୍ ସଙ୍ଗୀତ ଗୃପରେ ସାମିଲ ହେବାକୁ ଯାଉଛନ୍ତି । ସବୁଠୁ ଖାସ କଥା ହେଲା ଏହି ସୁଯୋଗ ପାଇବାରେ ଓଡିଆ ଝିଅ ୧୮ ବର୍ଷିୟ ଶ୍ରେୟା ଲେଙ୍କାଙ୍କୁ କୋରିଆ ପପ୍ ବ୍ୟାଣ୍ଡ ବ୍ଲାକ୍ସ୍ୱାନ ସଦସ୍ୟ ହେବା ପାଇଁ ସିଓଲରେ ଟ୍ରେନିଂ ପାଇଁ ମନୋନୀତ କରାଯାଇଛି ।

ୟୁଟ୍ୟୁବ୍ ମାଧ୍ୟମରେ ଏମାନଙ୍କର ଅଡିସନ୍ ନିଆଯାଇଥିଲା । ୪ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ ଜିତ ହାସଲ କରିଛନ୍ତି ଶ୍ରେୟା । ଶ୍ରେୟାଙ୍କ ସହ ବ୍ରାଜିଲର ଝିଅ ଗାବ୍ରିଏଲ ଡାଲିସିନ୍ ମଧ୍ୟ ଅଛନ୍ତି । ଉଭୟ ଆଗାମୀ କିଛି ମାସ ପର୍ଯ୍ୟନ୍ତ ସିଓଲରେ ରହି ନିଜସ୍ୱ ଆଲବମ୍ ତିଆରି କରିବେ ।

ଆଜିକାଲି ଯୁବପିଢିଙ୍କ ମଧ୍ୟରେ କୋରିଆ ପପ୍ ସଙ୍ଗୀତକୁ ନେଇ କ୍ରେଜ୍ ବଢିବାରେ ଲାଗିଛି । ଦକ୍ଷିଣ କରୋଆର ପପ୍ ସଙ୍ଗୀତକୁ ବିଶ୍ୱବାସୀଙ୍କ ସମେତ ଭାରତୀୟମାନେ ମଧ୍ୟ ବେଶ୍ ପସନ୍ଦ କରିଆସୁଛନ୍ତି । କେ ପପ୍ ବ୍ୟାଣ୍ଡରେ ଶ୍ରେୟା ଲେଙ୍କା ସାମିଲ ହୋଇ କେବଳ ରାଜ୍ୟ ପାଇଁ ନହେଁ ଦେଶ ପାଇଁ ଗୌରବ ଆଣିଛନ୍ତି ।

Leave a Reply

Your email address will not be published. Required fields are marked *