(ଦ କୁଇଭର ବ୍ୟୁରୋ): ଆଜି ଜ୍ୟେଷ୍ଠ ଶୁକ୍ଳ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ପ୍ରଭୁଙ୍କ ଏହି ନୀତି ପାଇଁ ଅପରାହ୍ନ ୪ଟା ରୁ ସନ୍ଧ୍ୟା ୮ ପର୍ୟ୍ୟନ୍ତ ୪ ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ । ଏହା ଏକ ଗୁପ୍ତ ନୀତି । ଦ୍ବିପ୍ରହର ଧୂପ ସରିବା ପରେ ଶ୍ରୀମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି ସମ୍ପାଦନ କରାଯିବ ।

ଦତ୍ତ ମହାପାତ୍ର ସେବକ ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିଥାନ୍ତି । ପାରମ୍ପରିକ ରଙ୍ଗ ଯଥା ହିଙ୍ଗୁଳ, ହରିତାଳ, ପ୍ରିୟଙ୍ଗୁ, କର୍ପୁର, କସ୍ତୁରୀ, କଳା, ଧଳା, ନାଲି ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କୁ ଶୃଙ୍ଗାର କରିବେ । ଏହି ଶୃଙ୍ଗାରକୁ ବନକଲାଗି କୁହାଯାଏ । ଏହି ନୀତିରେ ପାଳିଆ ପୂଜାପଣ୍ଡା, ପାଳିଆ ଖୁଣ୍ଟିଆ, ଗରାବଡୁ, ପାଳିଆ ପୁଷ୍ପମାଳ, ଚାଙ୍ଗଡା ମେକାପ, ମୁଦୁଲି ଆଦି ସେବକଙ୍କ ଯୋଗଦାନ ରହିଥାଏ । ବନକଲାଗି ସରିଲେ ପୁଣି ଦର୍ଶନ ସ୍ବାଭାବିକ ହେବ ।

Leave a Reply

Your email address will not be published. Required fields are marked *