(ଦ କୁଇଭର ବ୍ୟୁରୋ): ଅବସର ନେଲେ ମିତାଲି ରାଜ୍ । ଦୀର୍ଘ ୨୩ ବର୍ଷ କ୍ରିକେଟ କ୍ୟାରିଅରରୁ ଅବସର ନେଇଛନ୍ତି ମିତାଲି ରାଜ୍। ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଅଧିନାୟକ ମିଥାଲି ରାଜ କ୍ରିକେଟ ଜଗତରୁ ଅବସର ନେଇଛନ୍ତି । ଏ ନେଇ ସେ ଟ୍ୱିଟ କରି ଘୋଷଣା କରିଛନ୍ତି । ୩୯ ବର୍ଷିୟ ମିତାଲି ଟ୍ୱିଟରରେ ଆଜି ଏକ ଲମ୍ବା ପୋଷ୍ଟ ଲେଖି ଏହି ବିଷୟରେ ସୂଚନା ଦେଇଛନ୍ତି ।

ମିତାଲି ତାଙ୍କ ଫୋଷ୍ଟରେ ଲେଖିଛନ୍ତି ଯେ ମୁଁ ଯେତେବେଳେ ଏକ ନୀଳ ଜର୍ସି ପିନ୍ଧି ମୋ ଦେଶକୁ ପ୍ରତିନିଧିତ୍ୱ କରୁଥିଲେ, ସେତେବେଳେ ମୁଁ ଏକ ଛୋଟ ପିଲା ଥିଲି । ଏହି ଯାତ୍ରା ସବୁ ପ୍ରକାରର ମୁହୂର୍ତ୍ତ ଦେଖିବା ପାଇଁ ବହୁତ ଲମ୍ବା ଥିଲା, ଗତ ୨୩ ବର୍ଷ ମୋ ଜୀବବର ସର୍ବୋତ୍ତମ ମୂହୁର୍ତ୍ତ ଥିଲା, ଆନ୍ୟନ୍ୟ ଯାତ୍ରା ପରି ଏହି ଯାତ୍ରା ସମାପ୍ତ ହେବାକୁ ଯାଉଛି ଏବଂ ଆଜି ମୁଁ ସମସ୍ତ ପ୍ରକାର ଅନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ଘୋଷଣା କରୁଛି ।

ମିତାଲି ରାଜ୍ ବର୍ତ୍ତମାନ ସମୟରେ କେବଳ ଭାରତର ନୁହେଁ ବଂର ସାରା ବିଶ୍ବର ସବୁଠାରୁ ଭଲ ମହିଳା କ୍ରିକେଟ ଖେଳାଳିଙ୍କ ଭିତରୁ ଅନ୍ୟତମ। ତାଙ୍କ ନାଁରେ ଦିନିକିଆ ମ୍ୟାଚ୍ରେ ସବୁଠାରୁ ଅଧିକ ରନ୍ କରିବାର ରେକର୍ଡ ରହିଛି, ଏହା ସହିତ ଭାରତ ପାଇଁ ଦୀର୍ଘ ସମୟ ପର୍ୟ୍ୟନ୍ତ କ୍ୟାପଟେନ୍ସିପ୍ କରିବାର ରେକର୍ଡ ମଧ୍ୟ ମିଥାଲି ରାଜ୍ ନାଁରେ ରହିଛି। ତାଙ୍କ କ୍ୟାରିୟର ବିଷୟରେ ଯଦି କଥା ହେବା ତେବେ ସେ ୨୩୨ ଦିନିକିଆ ମ୍ୟାଚ୍ରେ ୭୮୦୫ ରନ୍ କରିଥିଲେ, ଏହି ସମୟରେ ମିଥାଲିଙ୍କ ଆଭରେଜ୍ ୫୦.୬୮ ଥିଲା। ଦିନିକିଆ କ୍ରିକେଟରେ ସେ ସବୁଠାରୁ ଅଧିକ ରନ୍ କରିଥିବା ମହିଳା କ୍ରିକେଟର।

ମିତାଲିଙ୍କ ନାଁରେ ୭ଟି ଶତକ ଓ ୬୪ ଅର୍ଦ୍ଧଶତକ ରହିଛି। ସେ ୨୩ ବର୍ଷର କ୍ୟାରିୟରରେ କେବଳ ୧୨ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି, ଏଥିରେ ୪୩.୬୮ର ଆଭରେଜ୍ରେ ୬୯୯ ରନ୍ କରିଛନ୍ତି, ଯେଉଁଥିରେ ଦ୍ବିଶତକ ମଧ୍ୟ ରହିଛି। ସେଭଳି ଇଣ୍ଟରନ୍ୟାସନାଲ ଟି-୨୦କଥା ହେବା ଯଦି ତେବେ ସେ ୮୯ ମ୍ୟାଚ୍ରେ ୨୩୬୪ ରନ୍ କରିଛନ୍ତି। ଟି-୨୦ ଇଣ୍ଟରନ୍ୟାସନାଲରେରେ ୧୭ଟି ଅର୍ଦ୍ଧଶତକ କରିଛନ୍ତି।

Leave a Reply

Your email address will not be published. Required fields are marked *