ପଶୁମାନେ ବି ନେବେ କୋଭିଡ୍ ଟିକା: ତୋମାର

(ଦ କୁଇଭର ବ୍ୟୁରୋ): ଦେଶରେ ଏବେ ଅଧିକାଂଶ ଲୋକ କରୋନ ଟିକା ନେବା ପରେ ଏବେ ପଶୁମାନଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ କରୋନା ଟିକା । ଗୁରୁବାର କେନ୍ଦ୍ରକୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଦେଶର ପ୍ରଥମ କୋଭିଡ୍ ଟିକା ଆନକୋଭାକ୍ସକୁ ଲଞ୍ଚ୍ କରିଛନ୍ତି । ଏହି ଟିକା ହରିୟାଣାରେ ଅବସ୍ଥିତ ICAR- ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଅନ୍ ଇକ୍ୱାଇନ୍ସ (NRC)ଦ୍ୱାରା ପ୍ରସ୍ତୁତ କରାଯାଇଛି ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ କୃଷି ଅନୁସନ୍ଧାନ (ଆଇସିଏମ୍ଆର୍) ଏକ ବିବୃତ୍ତିରେ କହିଛି ଯେ ଏହି ଟିକା ପଶୁମାନଙ୍କୁ ଆକ୍ରାନ୍ତ କରୁଥିବା ଉଭୟ ଡେଲଟା ଓ ଓମିକ୍ରନ ଭାରିଆଣ୍ଟକୁ ଲୋପ କରିବାକୁ ସକ୍ଷମ ହୋଇଥାଏ । ଆଇସିଏଆର ପକ୍ଷରୁ କୁହାଯାଇଛି ଯେ ଏହି ଟୀକାରେ ନିଷ୍କ୍ରିୟ SARS-Cov-2 (ଡେଲଟା) ଆଣ୍ଟିଜେନ୍ ଅଛି, ଆଲହାଇଡ୍ରୋଜେଲ୍ ଏକ ଆଡଭ୍ୟୁଜାଣ୍ଟ ଅଟେ ଏବଂ ଏହା କୁକୁର, ସିଂହ, ଚିତା,ଠେକୁଆ,ମୂଷା ଆଦି ପଶୁମାନଙ୍କ ପାଇଁ ସୁରକ୍ଷିତ ଏଥିସହ ଏହାର ପ୍ୟାଟେଣ୍ଟ ପାଇଁ ଆବେଦନ କରାଯାଇଛି ବୋଲି ଆଇସିଏଆର ପକ୍ଷରୁ କୁହାଯାଇଛି ।

CAR-NRC ଦ୍ୱାରା ପଶୁମାନଙ୍କ ପାଇଁ ଟିକା ଲଞ୍ଚ୍ ବିକଶିତ ପରେ ତୋମାର କହିଛନ୍ତି, “ବୈଜ୍ଞାନିକମାନଙ୍କ ଅକ୍ଲାନ୍ତ ଅବଦାନ ହେତୁ ଦେଶ ଆମଦାନୀ କରିବା ପରିବର୍ତ୍ତେ ନିଜସ୍ୱ ଟିକା ବିକଶିତ କରିବାରେ ଆତ୍ମନିର୍ଭରଶୀଳ । ଏହା ବାସ୍ତବରେ ଏକ ବଡ଼ ସଫଳତା । ICAR ହେଉଛି ଦେଶର କୃଷି ଅନୁସନ୍ଧାନ ପ୍ରତିଷ୍ଠାନ ଯାହା କେନ୍ଦ୍ର କୃଷି ମନ୍ତ୍ରଣାଳୟ ଅଧୀନରେ କାର୍ୟ୍ୟ କରେ । ଓଡ଼ିଆ କୃଷି ବୈଜ୍ଞାନିକ ତ୍ରିଲୋଚନ ମହାପାତ୍ର ଏହାର ମହାନିର୍ଦ୍ଦେଶକ ଅଛନ୍ତି ।

Leave a Reply

Your email address will not be published. Required fields are marked *