ବାରବାଟୀ ଟି-୨୦: ପ୍ରଥମ ଇଂନିସରେ ଭାରତର ୧୪୮ ରନ୍ , ଟାର୍ଗେଟ ୧୪୯

(ଦ କୁଇଭର ବ୍ୟୁରୋ): ଆଜି କଟକ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଭାରତ-ଦକ୍ଷିଣ ଆଫ୍ରିକା ଦ୍ଵିତୀୟ ଟି-୨୦ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକା ପାଇଁ ୧୪୯ ରନ ବିଜୟ ଲକ୍ଷ୍ୟ ରଖିଛି। ଦକ୍ଷିଣ ଆଫ୍ରିକା ଟସ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ସୁଯୋଗ ଦେଇଥିଲା। ଭାରତ ୨୦ ଓଭରରେ ୬ଟି ଉଇକେଟ ହରାଇ ୧୪୮ ରନ କରିଛି। ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇ ଥିବା ଭାରତ ଇନିଂସ ଆରମ୍ଭରୁ ୱିକେଟ ହରାଇଥିଲା । ପ୍ରଥମ ଓଭରର ପଞ୍ଚମ ବଲ୍‌ରେ ହିଁ ଓପନର ଋତୁରାଜ ଗାୟଗୱାଡ ରବାଡାଙ୍କ ବଲ୍‌ରେ ଆଉଟ ହୋଇଥିଲେ ।

ଏହାପରେ ଶ୍ରେୟସ ଆୟର ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ । ଶ୍ରେୟସ ଆୟରଙ୍କ ଭାଗିଦାରୀରେ ଇଶାନ କିଷନ ଆଜି ମଧ୍ୟ ବଡ଼ ସଟ୍ ଖେଳିବା ଆରମ୍ଭ କରିଥିଲେ । ତେବେ ନୋର୍କିଆଙ୍କ ବାଉନ୍ସରରେ ସେ ଆଉଟ ହୋଇଥିଲେ । ଦଳ ପକ୍ଷରୁ ଶ୍ରେୟସ ଆୟର ସର୍ବାଧି ୩୫ଟି ବଲ୍‌ରୁ ୪୦ ରନ୍ କରିଛନ୍ତି । ତାଙ୍କ ପଛକୁ ଦୀନେଶ କାର୍ତ୍ତିକ ଶେଷ ବେଳକୁ ବଡ଼ ସଟ୍ ଖେଳି ୨୧ଟି ବଲ୍‌ରୁ ୩୦ ରନ୍ ହିଁ କରି ପାରିଥିଲେ । ଆଉ କୌଣସି ବ୍ୟାଟର ଆଖି ଦୃଶିଆ ପ୍ରଦର୍ଶନ କରି ପାରିନଥିଲେ । ସେପଟେ ଦକ୍ଷିଣ ଆଫ୍ରିକାର ଶୃଙ୍ଖଳିତ ବୋଲିଂ ଆଗରେ ହତାଶ ହୋଇ ପଡ଼ିଥିଲେ ଭାରତୀୟ ବ୍ୟାଟର । ଦଳ ପକ୍ଷରୁ ଏନରିକ୍ ନୋର୍କିଆ ସର୍ବାଧିକ ଦୁଇଟି ନେଇଛନ୍ତି । ଡ୍ବେନ୍ ପ୍ରିଟୋରିଅସ ସର୍ବାଧିକ ରନ୍ ଖର୍ଚ୍ଚ କରିଛନ୍ତି । ରବାଡା, ପାର୍ନେଲ, ପ୍ରିଟୋରିଅସ ଓ ମହାରାଜ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।

Leave a Reply

Your email address will not be published. Required fields are marked *