ପୁରୀ (ଦ କୁଇଭର): ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଆଙ୍କ ନାମରେ ଉଡ଼ିଲା ପତିତପାବନ ବାନା । ଶ୍ରୀମନ୍ଦିର ନୀଳଚକ୍ରରେ ଫର ଫର ହୋଇ ଉଡ଼ିଲା । ମାତ୍ର ଗୋଟିଏ ମାନସିକ ବାନା ସେଦିନ ଉଡ଼ିଥିଲା । ମୋଦିଙ୍କ ପ୍ରତି ଗଭୀର ଆନୁଗତ୍ୟ ରଖିଥିବା ସିଂହାରୀ ସେବକ ମଧୁସୂଦନ ସିଂହାରୀ ନୀଳଚକ୍ରରେ ବାନା ବାନ୍ଧିଛନ୍ତି । ନିଜ ହାତରୁ ରସିଦ କାଟି ଏହି ବାନା ଉଡ଼ାଇଛନ୍ତି । କେବଳ ସେତିକି ନୁହେଁ, ମହାପ୍ରଭୁଙ୍କ ନିକଟରେ ଦୀପ ଜାଳି ଭୋଗ ବି କରିଛନ୍ତି । ମୋଦୀଙ୍କ ମାଆ ହୀରା ବାଇ ମୋଦିଙ୍କ ଦୀର୍ଘ ଜୀବନ କାମନା କରି ଏହି ବାନା ଲାଗି କରାଯାଇଛି ।

୧୮ ତାରିଖ ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ ହୀରା ବାଇ ମୋଦିଙ୍କର ଥିଲା ୧୦୦ ତମ ଜନ୍ମ ଦିନ । ଏହିଦିନ ଖୋଦ୍ ପ୍ରଧାନମନ୍ତ୍ରୀ ମାଆଙ୍କ ପାଖକୁ ଯାଇ ତାଙ୍କର ସେବା କରିଥିଲେ । ତାଙ୍କର ଏହି ସେବାକାର୍ଯ୍ୟର ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ତାହା ସାଙ୍ଗକୁ ଓଡ଼ିଶାରେ ମୋଦିଙ୍କ ମାଆଙ୍କ ୧୦୦ ତମ ଜନ୍ମଦିନରେ ନୀଳଚକ୍ରରେ ବାନା ଉଡ଼ାଯିବା ଫଟୋ ବି ବେଶ ଭାଇରାଲ ହୋଇଛି ।

ହିରାବାଇଙ୍କ ୧୦୦ ତମ ଜନ୍ମଦିନ ଏକଥା କାହାକୁ ଜଣା ନଥିଲା । ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମସ୍ଥାନକୁ ଯାଇ ମାଆଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ପାଦ ଧୋଇ ଆଶୀର୍ବାଦ ନେବା ଫଟୋ ଆସିବା ପରେ ଚର୍ଚ୍ଚା ବଢ଼ିଯାଇଥିଲା । ଏହାପରେ ମୋଦିଙ୍କ ସମର୍ଥକମାନେ ନିଜ ନିଜ ଉଦ୍ୟମରେ ପୂଜାର୍ଚ୍ଚନା କରିଥିଲେ । ହେଲେ ସେବାୟତ ମଧୁସୂଦନ ସର୍ବଦା ମୋଦିଙ୍କର ମଙ୍ଗଳ କାମନା କରିଥାନ୍ତି । ତାଙ୍କର ପୁରୀ ଗସ୍ତ ବେଳେ ସେ ସର୍ବଦା ତାଙ୍କ ସହ ରହନ୍ତି । ମୋଦିଙ୍କ ଆଦର୍ଶରେ ସେ ବେଶ ଅନୁପ୍ରାଣିତ ହୋଇଛନ୍ତି । ସେଥିପାଇଁ ମୋଦିଙ୍କ ମାଆଙ୍କ ୧୦୦ ତମ ଜନ୍ମଦିନରେ ସେ ତାଙ୍କର ପାରୁ ପର୍ଯ୍ୟନ୍ତ ଠାକୁରଙ୍କୁ ଡାକିଥିବା କହିଛନ୍ତି । ଯେଉଁଥିପାଇଁ ସେ ମୋଦୀ ମା’ଙ୍କ ୧୦୦ ତମ ଜନ୍ମଦିନ ଅବସରରେ ନୀଳଚକ୍ରରେ ତାଙ୍କ ନାଁରେ ବାନା ଉଡ଼ାଇଛନ୍ତି ।

Leave a Reply

Your email address will not be published. Required fields are marked *