ପାକିସ୍ତାନକୁ ତାଲିବାନର ଚେତାବନୀ

(ଦ କୁଇଭର): ପାକିସ୍ତାନକୁ ତାଲିବାନର ଚେତାବନୀ । ଆଫଗାନିସ୍ତାନର ସୀମାକୁ ନେଇ ଏବେ ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ବାସ୍ତବରେ ଇମ୍ରାନ ସରକାର ଆଫଗାନିସ୍ତାନର ତାଲିବାନ ସହ ବନ୍ଧୁତା ଉପରେ ନିର୍ଭର କରି ଡୁରାଣ୍ଡ ଲାଇନ ଉପରେ ତାରବାଡ଼ ଲଗାଇବା ଆରମ୍ଭ କରିଥିଲେ । କିନ୍ତୁ ଏଥିରେ କ୍ଷ୍ୟୁବ୍ଧ ହୋଇ ତାଲିବାନର ଯୁଦ୍ଧ ବିମାନ ସେଠାକୁ ଯାଇ ଏହାକୁ ହଟାଇ ଦେଇଥିଲେ । ବର୍ତ୍ତମାନ ଆପଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ଆସିଛି । ଏଥିରେ ଦର୍ଶାଯାଇଛି ଯେ, ଆଫଗାନିସ୍ତାନର ସୀମା ନିର୍ଦ୍ଧାରଣ କରିବା ପାଇଁ ପାକିସ୍ତାନର କୌଣସି ଅଧିକାର ନାହିଁ । ତେଣୁ ପାକିସ୍ତାନ ଏଠାରେ ତାରବାଡ଼ ଲାଗାଇପାରିବ ନାହିଁ ।

ଏହି ବିବୃତିରେ ଆହୁରି ଚେତାବନୀ ଦେଇ କହିଛନ୍ତି ଯେ, ଡୁରାଣ୍ଡ ଲାଇନରେ ତାର ବାଡ଼ ଲଗାଇ ପାକିସ୍ତାନ ଉଭୟ ପାଶ୍ୱର୍ର ଆଦାବାସୀମାନଙ୍କୁ ଭାଗ କରିବାକୁ ଚେଷ୍ଟା କରିବା ଉଚିତ୍ ନୁହେଁ । ତେବେ ଏହି ଡୁରାଣ୍ଡ ଲାଇନକୁ ନେଇ ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ବହୁ ଦିନ ହେବ ବିବାଦ ଲାଗି ରହିଛି । ଏହି ଲାଇନର ଉଭୟ ପାଶ୍ୱର୍ରେ ପଶ୍ଟୁନ୍ ସମ୍ପ୍ରଦାୟର ଲୋକମାନେ ବାସ କରନ୍ତି । ଆଫଗାନିସ୍ତାନ କହିଛି ଯେ, ପାଶ୍ଟୁନ୍ ସମ୍ପ୍ରଦାୟ ପାରମ୍ପରିକ ଭାବେ ଆଫଗାନିସ୍ତାନର ଏବଂ ସେମାନେ ରହୁଥିବା ଅଂଚଳ ଆମର ଅଟେ । ତେଣୁ ଏ ବିଷୟରେ ନିଷ୍ପତ୍ତି ନେବାକୁ ପାକିସ୍ତାନର କୌଣସି ଅଧିକାର ନାହିଁ ।

ଏହି କାରଣରୁ ତାଲିବାନ ବ୍ରିଟିଶ୍ ଦ୍ୱାରା ନିର୍ମିତ ଡୁରାଣ୍ଡ ଲାଇନକୁ ଗ୍ରହଣ କରେ ନାହିଁ । ଯାହା ପାକିସ୍ତାନ ନିଜର ଏବଂ ଆଫଗାନିସ୍ତାନର ଆନ୍ତର୍ଜାତୀୟ ସୀମା ନିର୍ଦ୍ଧାରଣ କରିବାକୁ ଚେଷ୍ଟା କରୁଛି । ବିଗତ ଦିନରେ ତାଲିବାନ ପାକିସ୍ତାନକୁ ଅନେକ ଦିଗରେ ଝଟକା ଦେଇଛି । ଏପରି ସୀମା ବିବାଦ ପ୍ରସଙ୍ଗରେ ଇମ୍ରାନ ସରକାରକୁ ସିଧାସଳଖ ଚେତାବନୀ ଦେଇଛି ତାଲିବାନ ।

Leave a Reply

Your email address will not be published. Required fields are marked *