ସେବକ ତାଲିକାରେ ନାହାନ୍ତି ଗଜପତି

ପୁରୀ, ୨୧/୧୨(ଚିନ୍ମୟ ପତି): ଗଜପତି ମହାରାଜାଙ୍କୁ ଆଦ୍ୟ ସେବକ କୁହାଯାଏ । ଅନେକେ ତାଙ୍କୁ ଠାକୁର ରାଜା ବି କହନ୍ତି । ପ୍ରଶ୍ନ ଏଠି ସେ ଆଦ୍ୟ ସେବକ ନା ଠାକୁର ରାଜା? ଏମିତି ପ୍ରଶ୍ନ ଆସୁଥିବା ବେଳେ ଶ୍ରୀମନ୍ଦିର ସେବକ ତାଲିକାରେ ଗଜପତି ମହାରାଜାଙ୍କ ନାମ ନାହିଁ ।
ସେବକ ତାଲିକାରୁ ଖୋଦ୍ ଗଜପତି ମହାରାଜା ବାଦ ପଡ଼ିଥିବା କଥା ଲେଖା ଯାଇଛି ‘ଜଗନ୍ନାଥ ଆଣ୍ଡ ଗଜପତି କିଙ୍ଗସ ଅଫ ଓଡ଼ିଶା’ ପୁସ୍ତକରେ । ସେହି ପୁସ୍ତକ ଅନୁଯାୟୀ ଶ୍ରୀମନ୍ଦିର ଓ ପାଶ୍ୱର୍ ଦେବାଦେବୀଙ୍କ ପାଇଁ ୧୩୩ ପ୍ରକାର ସେବା ଖଞ୍ଜା ଯାଇଛି । ମୋଟ ୧୩୩ ପ୍ରକାର ସେବା ପାଇଁ ସେବକ ରହିଛନ୍ତି । ହେଲେ ସେହି ସେବକ ତାଲିକାରେ ନାହାନ୍ତି ଗଜପତି ମହାରାଜା । ସେ ମହାପ୍ରଭୁଙ୍କର କିଛି ସେବା କରୁଥିବାର ରେକର୍ଡ ମିଳିନାହିଁ ।

କେବଳ ସେ ନୁହଁନ୍ତି, ଶ୍ରୀମନ୍ଦିରରେ ଏବେ ଆଗ ଖୋଜା ପଡ଼ୁଥିବା ଛତିଶା ନିଯୋଗ ନାୟକ ପାଟ୍ଟଯୋଶୀ ସେବକଙ୍କର ବି କୌଣସି ସେବା ନାହିଁ । ସେ ଠାକୁରଙ୍କର ସେବା କରୁଥିବାର ରେକର୍ଡ ମାଦଳା ପାଞ୍ଜିରେ ନଥିବା ଉକ୍ତ ପୁସ୍ତକରେ ଦର୍ଶାଯାଇଛି ।

ଏହି ପୁସ୍ତକ ଅନୁଯାୟୀ ପୂର୍ବରୁ ଶ୍ରୀମନ୍ଦିରରେ ୩୬ ପ୍ରକାର ସେବା ପ୍ରଚଳିତ ହେଉଥିବା କଥା ମାଦଳା ପାଞ୍ଜିରେ ଦର୍ଶାଯାଇଥିଲା । ମାତ୍ର ମହାରାଜା ଯଯାତୀ କେଶରୀଙ୍କ ସମୟରେ ଯେତେବେଳେ ପାତାଳୀରୁ ମହାପ୍ରଭୁଙ୍କୁ ଆଣି ରତ୍ନ ସିଂହାସନରେ ବିଜେ କରାଗଲା ସେତେବେଳେ ମହାପ୍ରଭୁଙ୍କର ମାତ୍ର ୬ ପ୍ରକାର ସେବା ଥିବା ଦର୍ଶାଯାଇଛି ।

2 thoughts on “ସେବକ ତାଲିକାରେ ନାହାନ୍ତି ଗଜପତି

Leave a Reply

Your email address will not be published. Required fields are marked *