ହ୍ୱାଟ୍ସଆପ୍ ଆଣୁଛି ନୂଆ ଫିଚର: ଜାଣନ୍ତୁ କ’ଣ ରହିଛି ସୁବିଧା ?

ହ୍ୱାଟ୍ସଆପ୍ ଆଣୁଛି ନୂଆ ଫିଚର: ଜାଣନ୍ତୁ କ’ଣ ରହିଛି ସୁବିଧା ?

(ଦି କୁଇଭର): ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ହ୍ୱାଟ୍ସଆପ ଆଣିବାକୁ ଯାଉଛି ନୂଆ ଫିଚର । ବିଭିନ୍ନ ମେସେଜିଂ ଆପ୍ ସହ ତାଳ ଦେବା ପାଇଁ ହ୍ୱାଟ୍ସଆପ୍ କମ୍ପାନୀ ନିଜର ଆପରେ ୫ଟି ନୂଆ ଫିଚର ଆରମ୍ଭ କରିବାକୁ ଯାଉଛି । ହ୍ୱାଟ୍ସଆପ୍ ୟୁଜର୍ସଙ୍କ ପାଇଁ ୫ଟି ନୂଆ ଫିଚର ଆରମ୍ଭ କରିବାକୁ ଯାଉଛି ମେସେଜିଂ ଆପ୍ ହ୍ୱାଟ୍ସଆପ୍ । ଜାଣନ୍ତୁ କ’ଣ ରହିଛି ଏହି ନୂଆ ଫିଚର…
୧- ନୂତନ କଲ୍ ଇଣ୍ଟରଫେସ୍‌:
ହ୍ୱାଟ୍ସଆପ୍ କଲ୍ ହେଉଛି ସବୁଠାରୁ ଲୋକପ୍ରିୟ ଫିଚର, ଯାହା ଲୋକଙ୍କୁ ଇଣ୍ଟରନେଟ୍ ସଂଯୋଗ ବା ୱାଇଫାଇ ସଂଯୋଗ ମାଧ୍ୟମରେ ଆପରୁ ଭଏସ କଲ୍ କରିବାର ଅନୁମତି ଦେଇଥାଏ । କିନ୍ତୁ ନୂଆ କଲ୍ ଇଣ୍ଟରଫେସ୍ ଫିଚର ଏହା ଠାରୁ ଟିକେ ଉନ୍ନତମାନର । ଯାହାଦ୍ୱାରା ଆପଣଙ୍କର ଗ୍ରୁପ୍ ଭିଡିଓ କଲ୍ ଭଲ ଦେଖାଯିବ । ଏହି ନୂତନ ଫିଚର ଉଭୟ ଆଣ୍ଡ୍ରଏଡ ଓ ଆଇଓଏସ ମୋବାଇଲରେ ଉପଲବ୍ଧ ହେବ ।
୨- ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ ସୂଚକ:
ହ୍ୱାଟ୍ସଆପ୍ ତାର ଚାଟ୍ ଓ କଲରେ ଏକ ନୂତନ ସୂଚକ ଯୋଗ କରୁଛି ଯାହା ଉପଭୋକ୍ତାମାନଙ୍କୁ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ ମାଧ୍ୟମରେ ଯୋଗାଯୋଗ କରାଯାଇପାରିବ ।
୩- ଶୀଘ୍ର ରିପ୍ଲାଏ ସୁବିଧା:
ହ୍ୱାଟ୍ସଆପ୍ ଖୁବଶୀଘ୍ର ଶୀଘ୍ର ରିପ୍ଲାଏ ସୁବିଧା ଯୋଗ କରିବାକୁ ଯାଉଛି । ଏଥିପାଇଁ ଏକ ସର୍ଟକର୍ଟର ମଧ୍ୟ ବ୍ୟବସ୍ଥା କରାଯାଇଛି । ଯାହାଦ୍ୱାରା ରିପ୍ଲାଏ ଶୀଘ୍ର ହୋଇପାରିବ । ବିଶେଷକରି ହ୍ୱାଟ୍ସଆପ୍ ବିଜନେସ୍ ଆପରେ ଏହା ଅଧିକ ଲାଭପ୍ରଦ ହେବ । ଯାହାଦ୍ୱାରା ନିଜ ଗ୍ରାହକଙ୍କୁ ଶୀଘ୍ର ରିପ୍ଲାଏ ଦେବାର ବ୍ୟବସ୍ଥା ରହିବ ।
୪- ଗ୍ରୁପ୍ ଆଡମିନ୍ ପାଇଁ ଅଧିକ ନିୟନ୍ତ୍ରଣ:
ହ୍ୱାଟ୍ସଆପ୍ ଗ୍ରୁପ୍ ଆଡମିନଙ୍କ ପାଇଁ ଅଧିକ ନିୟନ୍ତ୍ରଣ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି ହ୍ୱାଟ୍ସଆପ୍ । ଯାହାଦ୍ୱାରା ଗ୍ରୁପର ଅନ୍ୟ ସଦସ୍ୟଙ୍କ ମ୍ୟାସେଜ୍‌କୁ ଡିଲିଟ୍ କରିବାର ଅଧିକାର ମିଳିବ । ଏହାଦ୍ୱାରା ଗ୍ରୁପ୍‌ରେ ହେଉଥିବା ଅପ୍ରୀତିକର କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବାର ଅଧିକାର ମଧ୍ୟ ଗ୍ରୁପ୍ ଆଡମିନକୁ ମିଳିବ ।

Leave a Reply

Your email address will not be published. Required fields are marked *