ଆଜିଠୁ ୩ ଦିନ ଯାଏଁ ପ୍ରବଳ ବର୍ଷା !

(ଦ କୁଇଭର): ଆଜିଠୁ ୩ ଦିନ ଯାଏଁ ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । କେନ୍ଦୁଝର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ଆଜିଠୁ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ୨୮ ଓ ୨୯ ତାରିଖରେ ବର୍ଷାର ପରିମାଣ ବଢିବ ବୋଲି ଆଶଙ୍କା କରାଯାଉଛି । ଓଡ଼ିଶାର ବିଭିନ୍ନ ଯାଗାରେ ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହୁଛି । ଆଗାମୀ ୨୪ ଘଣ୍ଟାଂ ମଧ୍ୟରେ ଓଡ଼ିଶାର ଘନ କୁହୁଡ଼ି ଆଶଙ୍କା କରି କିଛି ଜିଳ୍ଲାରେ ୱେଲ୍ଲୋ ୱାର୍ଣ୍ଣିଂ ଜାରି କରାଯିବ ।

ସେପଟେ ରାଜ୍ୟରେ ଶୀତର ପ୍ରକୋପ ମଧ୍ୟ କମିଛି । ବିଶେଷକରି ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତର ପରିମାଣ ବଢିବ ନାହିଁ । ଆଜି କୋରାପୁଟରେ ସର୍ବାଧିକ କୁହୁଡ଼ି ଦେଖିବାକୁ ମିଳିଛି । ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଶୀତ କମିବ । ଏନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *