ସୋମବାର ଠାରୁ ଶ୍ରୀମନ୍ଦିର ବନ୍ଦ

(ଦ କୁଇଭର): ସୋମବାର ଠାରୁ ଶ୍ରୀମନ୍ଦିର ବନ୍ଦ । ସାଧାରଣ ଭକ୍ତଙ୍କ ପାଇଁ ଆସନ୍ତା ସୋମବାର ଠାରୁ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ସଂକ୍ରମଣ ବଢୁଥିବା କାରଣରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ନିଷ୍ପତ୍ତି ନିଆଯାଇଛି । ଜାନୁଆରୀ ୩୧ ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ଏହି ସମୟରେ ଶ୍ରୀମନ୍ଦିର ଭିତରକୁ ସାଧାରଣ ଦର୍ଶନ ପାଇଁ ଭକ୍ତ ଯାଇପାରିବେ ନାହିଁ ।

ଶ୍ରୀମନ୍ଦିରର କିଛି ସେବାୟତ ଓ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଯେଉଁଥିପାଇଁ ଆଜି ବସିଥିବା ଛତିଶା ନିଯୋଗ-ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ବନ୍ଦ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଶ୍ରୀଜିଉଙ୍କ ସେବାପୂଜା ଓ ନୀତିକାନ୍ତି ପୂର୍ବଭଳି ଜାରି ରହିବ । ଶ୍ରୀମନ୍ଦିର ବନ୍ଦ ନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *