ଜାନୁଆରୀ ୧୫ ପର୍ଯ୍ୟନ୍ତ ନିର୍ବାଚନ ରାଲି ମନା

(ଦ କୁଇଭର): ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହୋଇସାରିଛି ତାରିଖ । ୭ଟି ପର୍ଯ୍ୟାୟରେ ହେବ ୫ଟି ରାଜ୍ୟର ନିର୍ବାଚନ । ୫ଟି ରାଜ୍ୟର ନିର୍ବାଚନକୁ ଦୃଷ୍ଟିରେ ରଖି କିଛି କଟକଣା ଲଗାଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଜାନୁଆରୀ ୧୫ ପର୍ଯ୍ୟନ୍ତ ପ୍ରାର୍ଥୀ କୌଣସି ରାଲି କିମ୍ବା ରୋଡ଼ ଶୋ କରିପାରିବେ ନାହିଁ ।

ସେହିପରି ପ୍ରଚାର ସମୟରେ କୌଣସି ପ୍ରକାର ପଦଯାତ୍ରା କିମ୍ବା ଶୋଭାଯାତ୍ରା ହୋଇପାରିବ ନାହିଁ । ଅନ୍ୟପଟେ ରାତିରେ ଅର୍ଥାତ୍ ରାତି ୮ଟାରୁ ସକାଳ ୮ଟା ପର୍ଯ୍ୟନ୍ତ କୌଣସି ନିର୍ବାଚନ ପ୍ରଚାର କରିପାରିବେ ନାହିଁ କୌଣସି ପ୍ରାର୍ଥୀ । ସାରା ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ଭର୍ଚ୍ଚୁଆଲ ମାଧ୍ୟମରେ ନିର୍ବାଚନ ପ୍ରଚାର କରିବାକୁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *