Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ପର୍ଯ୍ୟଟକଙ୍କୁ ଲୁଟୁଛନ୍ତି ଗୁଣ୍ଡା

(ଦ କୁଇଭର): “ଅତିଥି ଦେବୋ ଭବଃ” ଏହା କେବଳ କଥାରେ । ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ହେଉ ବା ପୁଲିସ କିମ୍ବା ଜିଲ୍ଲା ପ୍ରଶାସନ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ଯେତେ ଭାଷଣା ମାରିଲେ ବି ବାସ୍ତବତା ହେଉଛି ଭିନ୍ନ । ବାସ୍ତବ ସ୍ଥିତି କଥା ସବୁ ଜାଣି ବି ଚାପି ଦେଉଛନ୍ତି ସରକାର । ବଦନାମ ମୁଣ୍ଡାଉଛି ଓଡ଼ିଶା । ସରକାରୀ ବ୍ୟବସ୍ଥାର ଏପରି ଦାୟିତ୍ୱ ହୀନତାରେ ବି ନୀରବ ରହୁଛନ୍ତି କ୍ଷମତାଲୋଭି ନେତାମାନେ । ଫଳରେ ଉଜୁଡ଼ି ଯାଉଛି ପର୍ଯ୍ୟଟନ ଶିଳ୍ପ ।

ପର୍ଯ୍ୟଟକ(ନିମ୍ନ ଆୟ ବର୍ଗର)ଙ୍କ ପାଇଁ ସରକାର ଖୋଲିଛନ୍ତି ଦେୟମୁକ୍ତ ଶୌଚାଳୟ ସେବା । କୌଣସି ପର୍ଯ୍ୟଟକ ପୁରୀ ଭ୍ରମଣରେ ଗଲେ ଦେୟମୁକ୍ତ ସେବା ନେଇ ପାରିବ । ସରକାରୀ ହିସାବରେ ମାଗଣା ଦିଅ।।ଯାଉଛି । ମାତ୍ର ବାସ୍ତବରେ ଚାଲିଛି ଲୁଟ୍ । ପ୍ରତିଦିନ ସକାଳ ଠୁ ରାତି ଯାଏ ଏହି ଦେୟମୁକ୍ତ ସୌଚାଳୟରେ ପର୍ଯ୍ୟଟକଙ୍କ ଠାରୁ ଆଦାୟହେଉଛି ଟଙ୍କା । ଜଣକା ୧୦ ରୁ ୫୦ ଟଙ୍କା ଯାଏ ଆଦାୟ ହେଉଛି । ସମୁଦ୍ରକୂଳରେ ଥିବା ଏହି ଶୌଚାଳୟରୁ ଦୈନିକ ବଟି ବାବଦରେ ୧୦ ରୁ ୧୫ହଜାର ଟଙ୍କା ଆଦାୟ ହେଉଛି । ଅର୍ଥାତ ଗୁଣ୍ଡାମାନେ ମାସିକ ୩ଲକ୍ଷ ପର୍ଯ୍ୟଟକଙ୍କ ଠାରୁ ଲୁଟୁଛନ୍ତି ।

ଏକଥା କାହାକୁ ଅଜଣା ଅଛି ବୋଲି କହିଲେ, ଠିକ ହୋଇ ନପାରେ । ସମସ୍ତେ ଜାଣନ୍ତି । ପୁଲିସ ଠାରୁ ପ୍ରଶାସନ, ପର୍ଯ୍ୟଟନ ଅଫିସରଙ୍କ ଠାରୁ ସ୍ଥାନୀୟ ସ୍ୱେଚ୍ଛାସେବୀ ସମସ୍ତେ ଜାଣିଛନ୍ତି । ମାତ୍ର ପୁରୁଖା ନେତାଙ୍କ ବାହୁ ଛାୟାରେ ରହିଥିବା ପର୍ଯ୍ୟଟକ ଶୋଷଣକାରୀଙ୍କୁ ରୋକିବାକୁ କାହାର ଜୁ ପାଉନାହିଁ । କୋଭିଡରେ ପର୍ଯ୍ୟଟନ ଶିଳ୍ପ ସର୍ବାଧିକ ପ୍ରଭାବିତ ହୋଇଥିବା ବେଳେ ଏବେ ଧିରେ ଧିରେ ଖୋଲୁଛି ପର୍ଯ୍ୟଟନ ଶିଳ୍ପ । ଆରମ୍ଭରୁ ଶୋଷଣ ପର୍ଯ୍ୟଟନ ଶିଳ୍ପ ପାଇଁ ମାରାତ୍ମକ ହୋଇପାରେ ବୋଲି କୁହାଯାଉଛି ।

Exit mobile version