କୋଭିଡ ବଢ଼ୁଛି ନା ବଢ଼ାଯାଉଛି ? ସରକାରଙ୍କ ରିପୋର୍ଟରେ ବଢୁଛି କୋଭିଡ

(ଦ କୁଇଭର): ବଢ଼ୁଛି କୋଭିଡ । ସରକାରୀ ରିପୋର୍ଟ ଦେଖିଲେ ହୁ ହୁ ହୋଇ ବଢ଼ୁଛି । ଏମିତି ବଢ଼ିଲେ, ଜାନୁୟାରୀ ଶେଷ ବେଳକୁ ସଂଖ୍ୟା ୧ଲକ୍ଷ ଛୁଇଁ ଯିବ ବୋଲି ଆକଳନ କରାଯାଉଛି । ହେଲେ ଏବେ ପ୍ରଶ୍ନ ଉଠୁଛି କୋଭିଡ ବଢ଼ୁଛି ନା ସରକାରୀ ରିପୋର୍ଟରେ ବଢ଼ାଯାଉଛି । ଅବଶ୍ୟ ଏହି ପ୍ରଶ୍ନ ସରକାରଙ୍କୁ ପଚାରିବାର ଅଧିକାର ସରକାର ହିଁ ଛଢ଼ାଇ ନେଇଛନ୍ତି । ଆଇନ ଆଣି ତଥ୍ୟ ଆଦାନ ପ୍ରଦାନ ଓ ପ୍ରକାଶ ଉପରେ ଲଗାଇଛନ୍ତି କଟକଣା । ସେ ଯାହା ହେଉ, ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ଓ ଜୀବନ ଜୀବିକା ଉପରେ ପ୍ରଶ୍ନ ଆସୁଥିବାରୁ କୋଭିଡ ବଢ଼ିବା ନେଇ ପ୍ରଶ୍ନ ଏବେ ସମସ୍ତଙ୍କୁ ଆନ୍ଦୋଳିତ କରୁଛି ।

ଡିସେମ୍ବର ପ୍ରଥମ ସପ୍ତାହ ବେଳକୁ ରାଜ୍ୟରେ କୋଭିଡ(ଡେଲ୍ଟା ଭାରିଆଣ୍ଟ) ପୂରା କମିଯାଇଥିଲା । ପ୍ରଭାବ ଶୂନ୍ୟ ଭଳି ଲାଗୁଥିଲା ଦୈନିକ ସଂକ୍ରମଣ ସଂଖ୍ୟା ୧୦୦ ତଳେ ଥିଲା । ଡେଲ୍ଟା ଭାରିଆଣ୍ଟକୁ ରାଜ୍ୟରେ ପୂରା ନିୟନ୍ତ୍ରଣ କରାଯାଇଥିବା ସରକାର କହିଲେ । ରାଜ୍ୟରେ ଜୀବନଯାତ୍ରା ଚାଲିଲା । ମାତ୍ର ଡିସେମ୍ବର ଶେଷ ସପ୍ତାହ ବେଳକୁ ବିଶ୍ୱରେ “ଓମାଇକ୍ରନ ବଢ଼ିବାରେ ଲାଗିଲା । ଓମାଇକ୍ରନ ଦୃତ ଗତିରେ ବ୍ୟାପୁଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବି କହିଲା । ଏହା ମାରାତ୍ମକ ନ ହେଲେ ବି ବ୍ୟାପୁଥିବା କହିଲେ ବିଶେଷଜ୍ଞମାନେ । ଯେଉଁଠି ସାରା ବିଶ୍ୱରେ ଓମାଇକ୍ରନ କାୟା ମେଲାଉଛି, ସେତେବେଳେ ଓଡ଼ିଶାରେ ହେଉଛି ଏହାର ବିପରିତ ।

ଓଡ଼ିଶାରେ ରାଜ୍ୟ ସରକାରଙ୍କ ତଥ୍ୟ ଦେଖିଲେ ୮ ତାରିଖ ମାତ୍ର ୧୪ଜଣ ଓମାଇକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ହେଲେ କୋଭିଡ ସଂକ୍ରମିତ ସଂଖ୍ୟା ହେଉଛି ୪୭୧୪ଫ ସେହିପରି ଜାନୁୟାରୀ ୧ ତାରିଖ ଠାରୁ ୮ ତାରିଖ ମଧ୍ୟରେ ମୋଟ ୧୬୦୩୫ଜଣ ସଂକ୍ରମିତ ହୋଇଥିବା ବେଳେ ଓଡ଼ିଶାକୁ ଡିସେମ୍ବର ୨୧ରେ ଓମିକ୍ରନ ପ୍ରବେଶ କରିବା ଠାରୁ ୮ ତାରିଖ ଯାଏ ଏହି ସଂକ୍ରମିତଙ୍କ ସଂଖ୍ୟା ୭୫ରେ ସୀମିତ ରହିଛି । ସାରା ବିଶ୍ୱରେ ଓମାଇକ୍ରନ ବଢ଼ୁଥିବା ବେଳେ ଓଡ଼ିଶାରେ ତାହା ସୀମିତ ରହି ନିୟନ୍ତ୍ରଣରେ ଥିବା ଡେଲ୍ଟା ଭାରିଆଣ୍ଟ ବଢ଼ୁଛି କିପରି? ବାସ୍ତବରେ ଡେଲ୍ଟା ଭାରିଆଣ୍ଟ ବଢ଼ୁଛି ନା ଅଫିସରି ଦାଓପେଞ୍ଚ ଚାଲିଛି ବୋଲି କହୁଛନ୍ତି ଅନେକ ବୁଦ୍ଧିଜୀବୀ ।

ଯଦି କୋଭିଡ ଦୃତ ଗତିରେ ବଢ଼ୁଛି, ତେବେ ଭୁବନେଶ୍ୱର ଏମ୍ସରେ ରୋଗୀଙ୍କ ସଂଖ୍ୟା ବଢ଼ୁନାହିଁ କାହିଁକି? କେବଳ ରାଜ୍ୟରେ ଥିବା ଘରୋଇ କୋଭିଡ ହସ୍ପିଟାଲରେ ସଂଖ୍ୟା ବଢ଼ୁଛି । ଡେଲ୍ଟା ନିୟନ୍ତ୍ରଣରେ ଥିବା ବେଳେ ୮ଦିନରେ ୧୫ ହଜାର ୯୬୦କୁ ଆସିଲା କିପରି? ଦୃତ ଗତିରେ ବଢ଼ୁଥିବା ଓମାଇକ୍ରନ ସଂଖ୍ୟା ଏତେ ନଗଣ୍ୟ କାହିଁକି? ଏପରି ଅନେକ ପ୍ରଶ୍ନ କୋଭିଡ ସଂଖ୍ୟାକୁ ନେଇ ସନ୍ଦେହ ସୃଷ୍ଟି କରୁଛି ।

Leave a Reply

Your email address will not be published. Required fields are marked *