୩ ମାସ ଘୁଞ୍ଚାଯାଉ ପଞ୍ଚାୟତ ନିର୍ବାଚନ: ବିରୋଧୀଙ୍କ ଦାବିକୁ ବିଜେଡିର ଅଗ୍ରାହ୍ୟ

(ଦ କୁଇଭର): ସରିଲା ସର୍ବଦଳୀୟ ବୈଠକ । ରାଜି ହେଲେନି ବିରୋଧୀ । ପଞ୍ଚାୟତ ନିର୍ବାଚନକୁ ଆଉ ୩ମାସ ସ୍ଥଗିତ ରଖିବାକୁ ଦାବି କରିଛନ୍ତି ବିରୋଧୀଦଳମାନେ । ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏଭଳି ଦାବି କରିଛି ବିଜେପି ଓ ବିଜେଡ଼ି । ସାରା ରାଜ୍ୟରେ କୋଭିଡ ସଂକ୍ରମଣ ବଢୁଥିବାରୁ ପଞ୍ଜାୟତ ନିର୍ବାଚନକୁ ୩ ମାସ ସ୍ଥଗିତ ରଖିବାକୁ ଦାବି କରିଛନ୍ତି । ଏହାସହ ପଛୁଆ ବର୍ଗ ଓ ଏସଟି ବର୍ଗଙ୍କୁ ସଂରକ୍ଷଣ ପ୍ରସଙ୍ଗରେ ମଧ୍ୟ ସେମାନେ ନିର୍ବାଚନ ସ୍ଥଗିତ ରଖିବାକୁ ଦାବି କରିଛନ୍ତି ।

କୋଭିଡ ମହାମାରୀ ପିକ୍ ସମୟରେ ଲୋକଙ୍କ ଜୀବନକୁ ଗୁରୁତ୍ୱ ଦେଇ ନିର୍ବାଚନକୁ ୨ରୁ ୩ ମାସ ଘୁଞ୍ଚାଇ ଦିଆଯାଉ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି । ଅନ୍ୟପଟେ ବିରୋଧୀଙ୍କ ଦାବିକୁ ଅସ୍ୱୀକାର କରିଛି ବିଜେଡି । ବିଜେଡି କହିଛି, ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଶେଷ ହୋଇଯାଉଥିବାରୁ ତୁରନ୍ତ ନିର୍ବାଚନ କରିବାକୁ ଦାବି କରିଛି ।

ଅନ୍ୟପଟେ ଆଜି ସର୍ବଦଳୀୟ ବୈଠକ ପରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି, ବୈଠକରେ ସବୁ ଦଳ ନିଜ ନିଜ ମତ ରଖିଲେ । କୋଭିଡ ସମୟରେ କିପରି ନିର୍ବାଚନ କରାଯିବ ସେନେଇ ସବୁ ଦଳ ନିଜର ଦାବି ରଖିଲେ । ମୁଖ୍ୟ ନିର୍ବାଚନ କମିଶନର ନିର୍ବାଚନ ପାଇଁ ଗାଇଡଲାଇନ ଜାରି କରିଛନ୍ତି, ତେଣୁ ତାଙ୍କ ଗାଇଡଲାଇନ ଆଧାରରେ ଆମେ ଗାଇଡଲାଇନ କରୁଛୁ । ଖୁବଶୀଘ୍ର ନୂଆ ଗାଇଡଲାଇନ ଆସିବ ।

Leave a Reply

Your email address will not be published. Required fields are marked *