ଜାନୁଆରୀ ୧୪ ଯାଏଁ କୁଆପଥର ବର୍ଷା: ଚିନ୍ତାରେ ଚାଷୀ

(ଦ କୁଇଭର): ସାରା ରାଜ୍ୟରେ ଜାରି ରହିଛି ଅଦିନିଆ ବର୍ଷା । ବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବା ସହ ଅନ୍ୟ କେତେକ ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହେଉଥିବା ଦେଖିବାକୁ ମିଳିଛି । ଫଳରେ ଚାଷୀଙ୍କ ଚିନ୍ତା ବଢିଯାଇଛି । ତେବେ ଏହି କୁଆପଥର ବର୍ଷା ଆହୁରି ୨ ଦିନ ଲାଗି ରହିବ ବୋଲି ଅନୁମାନ କରାଯାଉଛି । ଆଗାମୀ ୧୪ ତାରିଖ ଯାଏ ଜାରି ରହିବ କୁଆପଥର ବର୍ଷା । ଏଥିପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ, ଅନୁଗୁଳ, ବୈଦ୍ଧ, କଳାହାଣ୍ଡି, କନ୍ଧମାଳ ଓ ସମ୍ବଲପୁର ଆଦି ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏହାସହ ଅନ୍ୟ କେତେକ ଜିଳ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାକୁ ଥିବା ବେଳେ ପବନର ବେଗ ମଧ୍ୟ ବଢିବ ବୋଲି ଅନୁମାନ କରାଯାଉଛି । ଗତକାଲି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ଅନେକ ସ୍ଥାନରେ ପ୍ରବଳ କୂଆପଥର ବର୍ଷା ହେବା ଫଳରେ ବ୍ୟାପକ ଫସଲ ନଷ୍ଟ ହୋଇଯାଇଛି । ଯାହା ଫଳରେ ଚାଷୀମାନଙ୍କ ଚିନ୍ତା ବଢିଯାଇଛି ।

Leave a Reply

Your email address will not be published. Required fields are marked *